ପୁଣି କଙ୍ଗାରୁ କୋର୍ଟ ଚିତ୍ର। ନବରଙ୍ଗପୁର ଡିଏନକେ ଗାଁରେ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ।

179

କନକ ବ୍ୟୁରୋ: ଗାଁରେ ପୁଣି କଙ୍ଗାରୁ କୋର୍ଟର ଚିତ୍ର । ସୋସିଆଲ ମିଡିଆରେ ଘୁରିବୁଲୁଛି କଙ୍ଗାରୁ କୋର୍ଟ ଭିଜୁଆଲ । କଙ୍ଗାରୁ କୋର୍ଟ ଭିଡ଼ିଓରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଚାଲିଛନ୍ତି ଗାଁର ଲୋକମାନେ । ପ୍ରେମିକାକୁ ଦେଖା କରିବାକୁ ଆସି ମାଡ ଖାଇଛି ଏହି ଯୁବକ ଜଣକ ।

ନବରଙ୍ଗପୁର ରାଇଘର ବୀରପୁର ଡିଏନକେ ଗାଁରେ ଆଇନ ହାତକୁ ନେଇଛନ୍ତି ଗାଁର ଲୋକେ । ପ୍ରେମ ପାଇଁ ଯୁବକ ଜଣକ ବୀରପୁର ଗାଁକୁ ଆସିଥିଲେ ପ୍ରେମିକାକୁ ଭେଟିବାକୁ । ହେଲେ ଯୁବତୀଙ୍କ ପରିବାର ଲୋକେ ଘଟଣା ନେଇ ଜାଣିବା ପରେ ଗାଁର ଲୋକଙ୍କ ସହ ମିଶି ଯୁବକ ଜଣକୁ ଏକ ଗଛରେ ବାନ୍ଧି ପକାଇବା ସହିତ ନିସ୍ତୁକ ମାଡ ମାରିଛନ୍ତି । ଯୁବକ ଜଣକ ଆହତ ହେଲା ପରେ ମଧ୍ୟ ତାଙ୍କୁ ନିର୍ଦ୍ଦୟ ଭାବେ ମାଡ ମାରିଚାଲିଥିଲେ ଉତ୍ୟକ୍ତ ପରିବାର ଲୋକେ । ଶେଷରେ ଘଟଣା ପହଞ୍ଚିଥିଲା ଯୁବକଙ୍କ ଘରେ । ଉଭୟ ପରିବାର ପକ୍ଷରୁ ଗାଁର ମୁଖିଆ ଏକାଠି ହୋଇ ନିଷ୍ପତି ନେଇଥିଲେ । ୩୦ହଜାର ଟଙ୍କା ଜରିମାନା ନେଇ ଯୁବକଙ୍କୁ ମୁକୁଳାଇଥିଲୋ