ରାସ୍ତା ଦିଅ ନହେଲେ ଗାଁ ଛାଡ଼ିବୁ। ନବରଙ୍ଗପୁରରେ ବ୍ଲକ ଅଫିସ ଘେରାଉ କଲେ ଲୋକେ।

70

କନକ ବ୍ୟୁରୋ: ଗାଁକୁ ରାସ୍ତା ଦିଅ ନହେଲେ ଗାଁ ଛାଡ଼ିବୁ । ପ୍ରତିବାଦ କରି ଏକାଠି ହୋଇଛନ୍ତି ଗାଁର ଲୋକେ । ଆଉ ଘେରାଉ କରିଛନ୍ତି ବ୍ଳକ ଅଫିସ । ବିଡ଼ିଓଙ୍କୁ ସମସ୍ୟା ଜଣାଇବା ସହ ମିଳିଥିବା ରାସନ କାର୍ଡ ଓ ଲେବର କାର୍ଡ ଫେରାଇ ନେବାକୁ ଦାବି କରିଛନ୍ତି । ଭୋର୍ଟ ବର୍ଜନ ଧମକ ପରେ ମିଳିଥିବା ପ୍ରତିଶ୍ରୁତି ଏବେ ପାଲଟିଛି ପାଣିର ଗାର ।

ନବରଙ୍ଗପୁର ତେନ୍ତୁଳିଖୁଂଟି ବ୍ଲକର ଦୁଇଟି ର୍ଗାଁ ଲଦିପଦର ଓ ବରଡ଼ାଯୋଡି । ବଣପାହାଡ ଘେରା ଏହି ଅଂଚଳର ଲୋକେ ବିଭିନ୍ନ ମୌଳିକ ସବୁିଧାରୁ ବଂଚିତ ରହିଛନ୍ତି । ଜଙ୍ଗଲ ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ ବର୍ଷା ଦିନରେ ଯିବାଆସିବା ସମ୍ପୁର୍ଣ ଠପ୍ ହୋଇପଡେ । କୌଣସି ସବୁିଧା ନଥିବାରୁ ଲୋକେ ବାଧ୍ୟ ହୋଇ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିଚଳୁଛନ୍ତି । ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା ସ୍ୱାସ୍ଥ୍ୟ । ଏବେ ବି ଗୁରୁତର ଅବସ୍ଥାରେ ରୋଗୀକୁ ବୋହିନେଉଛନ୍ତି ଲୋକେ । ବହୁ ସମୟରେ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଛି । ପିଇବା ପାଣି ପାଇଁ ମଧ୍ୟ ଲୋକେ ରୀତିମତ ସଂଘର୍ଷ କରିଆସୁଛନ୍ତି । ସମସ୍ୟା ନେଇ ବହୁବାର ଜଣାଯାଇଥିଲେ ବି ଶୁଣିବାକୁ ଯେମିତି କେହି ନାହିଁ । ଯାହାର ପ୍ରତିବାଦ କରି ଆଜି ପୁଣି ଏକାଠି ହୋଇଛନ୍ତି ଗାଁର ଲୋକେ ।