ଘର ମୁରବୀ ଚାଲିଯିବା ପରେ ଅସହାୟ ପରିବାର । ବେସାହାରା ୩ ପିଲାଙ୍କ ସହ ବୁଢୀ ମାଆ

279

କନକ ବ୍ୟୁରୋ: ଅସହାୟ ହୋଇପଡିଛି ପରିବାର । ବାପା ମାଆଙ୍କ ହରାଇବା ପରେ ଜୀବନ ଜିଇଁବାର ରାସ୍ତା ଭୁଲି ଯାଇଛନ୍ତି ଦୁନିଆଁ କଣ ଜାଣିନଥିବା ଭାଇ ଭଉଣୀା । କେବଳ ଭାଇଭଉଣୀ ନୁହେଁ ଅସହାୟ ବୁଢୀ ମାଆକୁ ନେଇ ଚିନ୍ତା ବଢିଛି । ଅଭାବ ଭିତରେ ଅସହାୟ ହୋଇପଡିଥିବା ଭାଉ ଭଉଣୀ ଏବେ ବାପାର ଶୁଦ୍ଧିକ୍ରିୟା କିଭଳି କରିବେ ସେ ନେଇ ପଡିଛନ୍ତି ଚିନ୍ତାରେ ।
ବୁଲି ବୁଲି ସାହାଯ୍ୟ ମାଗୁଛି ଝିଅ । ସୋରରେ ଥିବା ଖଇରା ବ୍ଳକ ତେଲଦିଆ ଗାଁରୁ ଆସିଛି ଏହି ଦୁଃଖଦ ଖବର ।

ମାଆ ଚାଲିଯାଇଥିବା ବେଳେ ୮ ଦିନ ହେଲା ପିଲାଙ୍କ ବାପା ଛାଡି ଚାଲିଯାଇଛନ୍ତି । ଘରେ ରହିଯାଇଛନ୍ତି ୩ଟି ପିଲା ଆଉ ବୁଢୀ ମାଆ । ଅଭାବ ଭିତରେ ରହୁଥିବା ପରିବାର ଚଳିବା ତ ଦୂର କଥା ଏବେ କିଭଳି ଶୁଦ୍ଧି କ୍ରିୟା ହେବ ସେ ନେଇ ପଡିଛି ଚିନ୍ତାରେ । ଘରେ ଯାହା ଥିଲା ଝିଅ ବାହାଘରରେ ସବୁ ଶେଷ ହୋଇଯାଇଛି । ଏବେ ଭୋକ ଉପାସରେ ରହୁଥିବା ଏହି ପିଲା ମାନେ କିଭଳି କାମ କରିବେ ସେ ନେଇ ବିଭିନ୍ନ ସ୍ଥାନରୁ ସାହାଯ୍ୟ ଭିକ୍ଷା କରିଛନ୍ତି । ଦୁଃଖରେ ଭାଙ୍ଗିପଡିଥିବା ବେଳେ ଏହି ଅସହାୟ ପରିବାରକୁ କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଥିଲେ ଏହି ଠିକଣାରେ ଯୋଗାଯୋଗ କରିପାରିବେ ।

ରଶ୍ମିତା ରାଉତ

  • UCO BANK
  • A/C- 07793211025399
  • BRANCH – KHAIRA
  • IFSC CODE-UCBA0000779
  • PHONE PAY – 7750897476

ତେବେ ଅସହାୟ ହୋଇ ପଡିଥିବା ଏହି ପରିବାର କେତେବେଳେ ଖାଉଛନ୍ତି ତ କେତେବେଳେ ଉପବାସ ରହୁଛନ୍ତି । ଏହିଭଳି ଅନଟନ ଭିତରେ କିଭଳି ଶୁଦ୍ଧିକର୍ମ କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି । ଏହିଭଳି ଅସମୟରେ ପରିବାରକୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ।