ପୁଣି ବିଗିଡ଼ିଲା ଶାହାଙ୍କ ସ୍ୱାସ୍ଥ୍ୟବସ୍ଥା ! ମମତାଙ୍କ ଗଡ଼ରେ ସମାବେଶ କରୁଥିବାବେଳେ ହେଲେ ଅସୁସ୍ଥ, ଚିକିତ୍ସା ପାଇଁ ଫେରିଲେ ଦିଲ୍ଲୀ । 

270

କନକ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡ଼ିଯାଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ଦିଲ୍ଲୀପଙ୍କ କହିବା ମୁତାବକ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ନିଜର ଖରାପ ସ୍ଵାସ୍ଥ୍ୟବସ୍ଥା କାରଣରୁ ଆଜି ସନ୍ଧ୍ୟାରେ ଦିଲ୍ଲୀ ଫେରିଛନ୍ତି । କାରଣ ସ୍ଵାଇନ ଫ୍ଲୁରେ ସଂକ୍ରମିତ ହେବା ପରେ ଏମ୍ସରେ ତାଙ୍କର ଚିକିତ୍ସା କରାଯାଇଥିଲା ଏବଂ କିଛି ଦିନ ପୂର୍ବେ ତାଙ୍କୁ  ହସ୍ପିଟାଲରୁ ଛୁଟି ମିଳିଥିଲା । ଡାକ୍ତର ତାଙ୍କୁ ବିଶ୍ରାମ ନେବା ପାଈଁ ପରାମର୍ଶ ଦେଇଥିଲେ । କିନ୍ତୁ ତଥାପି ସେ ଆଜି ରାଲିରେ ଯୋଗ ଦେଇଥିଲେ । । 

ଦିଲ୍ଲୀପ କହିଛନ୍ତି ଯେ  ଅମିତ୍ ଶାହା ନିଜର ଖରାପ ସ୍ଵାସ୍ଥ୍ୟବସ୍ଥା କାରଣରୁ ନୂଆଦିଲ୍ଲୀ ଫେରି ଯାଇଛନ୍ତି । କାରଣ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ ଯେ ଖରାପ ସ୍ଵାସ୍ଥ୍ୟ କାରଣରୁ କୌଣସି ରାଲିରେ ଭାଗ ନନିଅନ୍ତୁ। ଯଦି ଆସନ୍ତକାଲି ତାଙ୍କର ସ୍ଵାସ୍ଥ୍ୟବସ୍ଥା ଠିକ୍ ରହେ ତେବେ ସେ ଝାରଗ୍ରାମ ରାଲିରେ ସମ୍ବୋଧିତ କରିବେ । ଦିଲୀପ ଘୋଷ କହିଛନ୍ତି ଯେ ଅମିତ୍ ଶାହା  ପୁଣି ଥରେ ଅସୁସ୍ଥ ହୋଇପଡ଼ିଛନ୍ତି। ଫଳରେ ପଶ୍ଚିମବଙ୍ଗର ଝରଗ୍ରାମ ରାଲିରେ ତାଙ୍କର ସାମିଲ ହେବା ସମ୍ଭାବନା ବହୁତ କମ ରହିଛି  । 

ଗତ ୧୬ ତାରିଖ ଦିନ ଶାହାଙ୍କୁ ସ୍ୱାଇନ ଫ୍ଲୁ ବୋଲି ଟ୍ୱିଟ୍ ଯୋଗେ ଜଣାଇଥିଲେ ଶାହା । ସେଥିପାଇଁ ଗତ ୧୮ ତାରିଖରେ ଶାହାଙ୍କ ଓଡ଼ିଶା ଗସ୍ତ ମଧ୍ୟ ସ୍ଥଗିତ ରହିଥିଲା । ହେଲେ ମମତାଙ୍କ ମହାମେଳିକୁ ଶାହା ଦୁର୍ବଳ କରିବା ପାଇଁ  ଆଜି ପଶ୍ଚିମବଙ୍ଗ ଗସ୍ତରେ ଯାଇ ସେଠାରେ ବିଶାଳ ଜନସମାବେଶରେ ଗର୍ଜନ କରିଥିଲେ । ଆଜି ପଶ୍ଚିମବଙ୍ଗ ରାଲିରେ  ଜନସଭାକୁ ସମ୍ଭୋଧିତ କରିବା ସମୟରେ ଶାହା ବାରମ୍ବାର କାଶୁଥିବାର ନଜର ଆସିଥିଲେ ।