ଏବେ ଆଖି ପିଛୁଳାକେ ଶୁଖିଯିବ ପୋଷାକ ! ଭାରତୀୟ ବଂଶଦ୍ଭୋବ ଆମେରିକୀୟଙ୍କ କମାଲ

39

ଏବେ ଆଖି ପିଛୁଳାକେ ଶୁଖିବ ପୋଷାକ । ପୋଷାକକୁ ଶୁଖାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାପାଇଁ ପଡ଼ିବ ନାହିଁ । ବେଳେ ବେଳେ ଏମିତି ହୁଏ ଖୁବ ଜରୁରୀ କାମ କାମ ସମୟରେ ହିଁ ଆମ ପୋଷାକ ଶୁଖି ନଥାଏ ଓ ଆମେ ହଇରାଣରେ ପଡ଼ୁ । ଏଥିଯୋଗୁଁ ଆମକୁ ଅନେକ ଅସୁବିଧାରେ ମଧ୍ୟ ଭୋଗିବାକୁ ପଡ଼େ । କିନ୍ତୁ ଏବେ ଚିନ୍ତା କରିବା ଦରକାର ନାହିଁ କାରଣ ଭାରତୀୟ ମୂଳର ଏକ ଆମେରିକୀୟ ଗବେଷକ ଏହାର ଉପାୟ ବାହାର କରିସାରିଛନ୍ତି ।

ଟେନେସି ସ୍ଥିତ ଆଁକ ରିଜ୍ ନ୍ୟାସନାଲ୍ ଲାବରାଟୋରୀରେ ବିରାଲ ପଟେଲ ଓ ତାଙ୍କର ଟିମ୍ ଏକ ଡ୍ରାୟର ବିକଶିତ କରାଇଛନ୍ତି ଯାହା କପଡ଼ା ଧୋଇବାର ଓ ଶୁଖାଇବାର ପ୍ରକିୟାକୁ ସହଜ କରିଦେବ । ଏହାକୁ ଅଲଟ୍ରାସୋନୀୟ ଡ୍ରାୟର କୁହାଯାଉଛି । ଏଥିରେ ପାରମ୍ପରିକ ଡ୍ରାୟର ତୁଳନାରେ ପାଞ୍ଚ ଗୁଣା ଅଧିକ ଶକ୍ତି ଥିବାର କୂୁହଯାଉଛି । ଏହା ପାଖାପାଖି ଅଧା ସମୟରେ ହିଁ ଅଧିକରୁ ଅଧିକ ପୋଷାକ ଶୁଖାଇ ପାରୁଛି । ଏନେଇ ଶ୍ରୀ ପଟେଲ ଏକ ସମାଚାର ଏଜେନ୍ସିକୁ କହିଛନ୍ତି କି ଏହା ପୁରା ରୂପରେ ଏକ ନୂଆ ପଦ୍ଧତିରେ ପ୍ରସ୍ତୁତ ହୋଇଛି, ଯାହା ଲୋକଙ୍କ ସାହାଯ୍ୟ କରିବ ।
                                     ସୌଜନ୍ୟ-ଆଜତକ.ଡଟ୍ .କମ