ଭାରତକୁ ଗାର୍ଡିୟାନ ଡ୍ରୋନ ଦେବ ଆମେରିକା : ଚିନ୍ତାରେ ଚୀନ ଓ ପାକିସ୍ତାନ

45

କନକ ବ୍ୟୁରୋ : ଭାରତ ନିଜର ସାମରିକ ଶକ୍ତି ବୃଦ୍ଧି କରିବା ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଅନ୍ୟ ଦେଶଠାରୁ କିଣୁଥିବାର ଦେଖାଯାଇଛି । ତେବେ ଭାରତ ଉପରେ ବିଭିନ୍ନ ଶତ୍ରୁ ରାଷ୍ଟ୍ରର ଆକ୍ରମଣ ଆଶଙ୍କା ଲାଗି ରହିଥିବାରୁ ଭାରତ ନିଜକୁ ଆହୁରି ଅଧିକ ଶକ୍ତିଶାଳୀ କରିବାରେ ଲାଗିପଡିଛି । ମୋଦି ସରକାର ଆସିଲାପରେ ପାଖାପାଖି ବିଭିନ୍ନ ଶକ୍ତିଶାଳୀ ରାଷ୍ଟ୍ରକୁ ଗସ୍ତ କରି ସେମାନଙ୍କଠାରୁ ଅନେକ ପ୍ରକାର ଯୁଦ୍ଧାସ୍ତ୍ର ଆଣିବା ପାଇଁ ଚୁକ୍ତି କରିଥିବା ଦେଖାଯାଇଛି । ତେବେ ଭାରତ ଋଷିଆ ଆଡକୁ ଢଳୁଥିବାରୁ ଆମେରିକା ଚିନ୍ତିତ ହୋଇପଡିଛି । ତେବେ ଭାରତ ରୁଷିଆ ସାଙ୍ଗରେ ସମ୍ପର୍କକୁ ଏତେଟା ମଜବୁତ କରିବା ପାଇଁ ଆମେରିକା ଚାହୁଁନାହିଁ । ତେଣୁ ଅନେକ ସମୟରେ ଭାରତକୁ ଉନ୍ନତମାନର ସାମରିକ ଶକ୍ତି ସହ ଅନ୍ତର୍ଜାତିକ ସ୍ତରରେ ସମର୍ଥନ ମଧ୍ୟ କରୁଥିବାର ଦେଖାଯାଇଛି । ତେଣୁ ଏହାରି ଭିତରେ ଭାରତକୁ ଲଢୁଆ ଗାର୍ଡିଆନ ଡ୍ରୋନ ଦେବାକୁ ଆମେରିକା ପ୍ରସ୍ତାବ ଦେଇଛି ।

ଚୀନକୁ ନିୟନ୍ତ୍ରଣ କରିବାକୁ ହେଲେ ଭାରତକୁ ନିଜ ପଟେ ରଖିବାକୁ ଚାହୁଁଛି ଆମେରିକା । ଏଥିପାଇଁ ବିଭିନ୍ନ ପ୍ରକାର ଉଦ୍ୟମ କରୁଛି । ପୂର୍ବରୁ କେବଳ ଗୁଇନ୍ଦା ଡ୍ରୋନ ଦେବାକୁ ଆମେରିକା କହୁଥିଲା । କିନ୍ତୁ ଏବେ ଭାରତକୁ ଆକୃଷ୍ଟ କରିବାକୁ ଆମେରିକା ଏହି ଅଫର ଦେଇଛି । ଗତ ଏପ୍ରିଲ ମାସରେ ଆମେରିକା ନିଜର ସାମରିକ ରପ୍ତାନି ନୀତିରେ ସଂଶୋଧନ କରି ଡ୍ରୋନ ରପ୍ତାନି ପାଇଁ ପଥ ପରିଷ୍କାର କରିଥିଲା । ଯଦି ଭାରତ ଏହି ଡ୍ରୋନ ପାଇବାରେ ସକ୍ଷମ ହୁଏ, ଏହା ପାଇବାରେ ବିଶ୍ୱର ପ୍ରଥମ ଅଣ-ନ୍ୟାଟୋ ଦେଶ ହେବ । ଏହି ଡ୍ରୋନ ହେଉଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ଲଢୁଆ ଡ୍ରୋନ । ଏଥିରୁ କ୍ଷେପଣାସ୍ତ୍ର ଓ ବୋମା ଖଞ୍ଜି ଆକ୍ରମଣ କରିହେବ । ଏହି ଡ୍ରୋନ ପାଇଲେ ଭାରତର ଶକ୍ତି ବହୁଗୁଣିତ ହୋଇଯିବ । ଏପରିକି ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଆଉ ପାକିସ୍ତାନ ସୀମା ଭିତରକୁ ଯିବାକୁ ପଡିବ ନାହିଁ । ଡ୍ରୋନ ପଠାଇ ଏହି କାମ କରିହେବ ।ଏଥିପାଇଁ ଚୀନ ମଧ୍ୟ ଛାନିଆ ହୋଇପଡିଛି ।

ସାରା ବିଶ୍ୱକୁ ନିଜ ହେପାଜତରେ ରଖିବାକୁ ଚେଷ୍ଟା କରୁଥିବା ଆମେରିକା ଚୀନକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଭାରତ ସହ ଉତ୍ତମ ସମ୍ପର୍କ ରଖିବା ପାଇଁ ପଡିବ । ଏପଟେ ପାକିସ୍ତାନରେ ବଢୁଥିବା ରାଜନୈକ ସଂକଟ ସହ ଆତଙ୍କବାଦୀ କ୍ଷେତ୍ରରେ ତାକୁ ଉଚିତ ଯବାବ ଦେବାକୁ ଚାହୁଁଛି ଆମେରିକା । ତେଣୁ ଭାରତର ମନ ଜିତିଲା ଭଳି କୈାଣସି ପରିସ୍ଥିତିକୁ ହାତଛଡା କରୁନାହିଁ ପାକିସ୍ଥାନ । ଏପଟେ ଏହି ଅତ୍ୟାଧୁନିକ ଡ୍ରୋନ ଭାରତକୁ ମିଳିଲେ ଦେଶର ସାମରିକ ଶକ୍ତି ବଢିବ ବୋଲି ସେନାଧିକାରୀମାନେ ସୂଚନା ଦେଇଛନ୍ତି ।