ଯୁବକକୁ ଘର ମାଲିକ ହତ୍ୟା କରିଥିବା ଅଭିଯୋଗ। ୬ ଜଣଙ୍କୁ ଗିରଫ କରିଛି ପୋଲିସ।

61

କନକ ବ୍ୟୁରୋ: ଘରେଭଡା ରହୁଥିବା ଯୁବକକୁ ଘର ମାଲିକ ହତ୍ୟା କରିଥିବା ଅଭିଯୋଗ । ଝିଅକୁ ପ୍ରେମ କରିବାରୁ ଘର ମାଲିକ ହତ୍ୟା କରିଥିବା ଅଭିଯୋଗ ରହିଛି । ଏଭଳି ଏକ ହତ୍ୟା ଘଟଣାରେ ରାଉରକେଲା ପୋଲିସ ୬ ଜଣଙ୍କୁ ଗିରଫ କରିଛି । କିନ୍ତୁ ଏବେ ବି ମୁଖ୍ୟ ଅଭିଯୁକ୍ତ ଟୁନି ଜେନା ଫେରାର ଥିବା ପୁଲିସ ସୂଚନା ଦେଇଛି । ରାଉରକେଲାର ଗୋପବନ୍ଧୁପାଲ୍ଲୀ ଅଞ୍ଚଳରେ ବିନୋଦ ସିଂଙ୍କ ଘରେ ଭଡାରେ ରହୁଥିଲେ ଶ୍ରୀନିବାସ ରାଓ । ବିନୋଦଙ୍କ ଝିଅଙ୍କ ସହିତ ଶ୍ରୀନିବାସଙ୍କ ପ୍ରେମ ସଂପର୍କ ଗଢି ଉଠିଥିଲା । ଏହାପରେ ବିନୋଦଙ୍କ ପରିବାର ଶ୍ରୀନିବାସକୁ ଜୀବନରୁ ମାରି ଦେବାକୁ ଚକ୍ରାନ୍ତ କରି ସଫଳ ହୋଇଥିବା ମୃତକଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ ।

ପ୍ଲାଂଟ ସାଇଟ୍ ଥାନାରେ ମୃତକ ଶ୍ରୀନିବାସଙ୍କ ଭଉଣୀ ଦେବଗଡରୁ ଆସି ଏତଲା ଦେଇଥିଲେ । ଏହାପରେ ପୋଲିସ ଏହି ହତ୍ୟାକାଣ୍ଡର ଗୁମର ଖୋଲିଛି । ପୋଲିସ ମୁଖ୍ୟ ଆସାମୀ ବିନୋଦ ସିଂହ, ସହଯୋଗୀ ଶିବା ସୋନି, ଚନ୍ଦନ ସୋନି, ବିଶାଳ ରାଠୋର, ଅଜୟ ସାହା ଓ ରାଜ ସିଂଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଟୁନି ଜେନା ଫେରାର ରହିଥିବା ସୂଚନା ରହିଛି ।