କାର ସହ ରେଳ ଇଞ୍ଜିନ ଧକ୍କା। ଦାମନଯୋଡୀ ନିକଟରେ ଦୁର୍ଘଟଣା।

81

କନକ ବ୍ୟୁରୋ: ଫାଟକବିହୀନ ଲେବେଲ୍ କ୍ରସିଂରେ କାର୍ ସହ ରେଳ ଇଞ୍ଜିନ୍ ଧକ୍କା । ଦୁର୍ଘଟଣାରେ ୩ ଗୁରୁତର ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦାମନଯୋଡି ରେଳଷ୍ଟେସନ ଓ ବାରିଗୁଡା ରେଳଷ୍ଟେସନ ମଧ୍ୟବର୍ତୀ ଅଞ୍ଚଳର କିଲାର ଗ୍ରାମ ଲେବୁଲ କ୍ରସିଂଠାରେ ରେଳ ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ, ଆମ୍ବଗାଁ କିଲାର ଲେବୁଲ କ୍ରସିଂରେଏକ କାରକୁ ଟ୍ରେନ୍ ଇଞ୍ଜିନ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ତିନିଜଣ କାର୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଦାମନଯୋଡି ନାଲକୋ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ଦାମନଯୋଡି ପୋଲିସ ସମେତ ରେଲ୍ୱେ ପୋଲିସ୍ ଫୋର୍ସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଓଡି-୧୦ଡି-୭୪୭୩ କାର ଯୋଗେ ସେମିଳିଗୁଡାରୁ ଉକ୍ତ ଲେବେଲ୍ କ୍ରସିଂ ଅତିକ୍ରମ କରି ପୁଞ୍ଜିସିଲ୍ ପର୍ଯ୍ୟଟନ କ୍ଷେତ୍ର ଆଡକୁ ଯାଉଥିବା ସମୟରେ ଏକ ରେଳ ଇଞ୍ଜିନ୍ ସହିତ କାରର ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା ।