ଦେଶର ସମସ୍ତ ଟୋଲଗେଟରେ ଏଣିକି ଲାଗିବ ସିସିଟିଭି : ଟ୍ରାଫିକ ସମସ୍ୟା ବଢୁଥିବାରୁ ସରକାର ନେଇଛନ୍ତି ଏପରି ନିଷ୍ପତ୍ତି !

38

କନକ ବ୍ୟୁରୋ : ସାରା ଦେଶରେ ବର୍ତ୍ତମାନ ସମୟରେ ଦୁର୍ଘଟଣାରେ ଅନେକ ଲୋକମାନଙ୍କର ପ୍ରାଣ ଯାଉଛି । ତେବେ ପ୍ରତ୍ୟେକ ଦିନ ଏପରି ଘଟଣା ଘଟୁଛି । ଦେଶରେ ଏକ ରିପୋର୍ଟ ଅନୁସାରେ କେବଳ ଓଡିଶାରେ ପ୍ରତ୍ୟେକ ଦିନ ପାଖାପାଖି ୧୨ ଜଣଙ୍କ ମୁତ୍ୟୁ ହେଉଛି । ତେବେ ସରକାର ମଧ୍ୟ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱ ସହ ନେଇଛନ୍ତି । ବିଭିନ୍ନ ପ୍ରକାର ଆଇନ ମଧ୍ୟ ଆଣିଛନ୍ତି । ତେବେ ଅନେକ ଲୋକ ଟୋଲପ୍ଲାଜରେ ଟଙ୍କା ନଦେଇ ଦ୍ରୁତ ଗତିରେ ଯାଉଛନ୍ତି । ଯାହା ଦ୍ୱାରା ଦୁର୍ଘଟଣା ମଧ୍ୟ ହେଉଛି । ତେଣୁ ଏଣିକି ସରକାର ଟ୍ରାଫିକ ଉପରେ ନଜର ରଖିବା ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ଭିଡିଓ ସର୍ଭେଲାନ୍ସ ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଥିବା ସଡ଼କ ପରିବହନ ଜାହାଜ ଚଳାଚଳ ଏବଂ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ୍ ଏଲ୍ ମାଣ୍ଡଭ୍ୟ ଲୋକସଭାରେ ଶୁକ୍ରବାର ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି । ଜାତୀୟ ରାଜପଥରେ ଦେୟ ଆଦାୟ ହେଉଥିବା ୨୧୦ ଟି ଟୋଲ୍ ପ୍ଲାଜା ଏବଂ ଆଞ୍ଚଳିକ କାର୍ୟ୍ୟାଳୟ ସହ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ର ମୁଖ୍ୟ କାର୍ୟ୍ୟାଲ୍ର ସେଣ୍ଟ୍ରାଲ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରକୁ ସଂଯୁକ୍ତ କରିବା ଲାଗି ଟେଣ୍ଡର ଆହ୍ୱାନ କରାଯାଇଛି । ଏହି ପ୍ରକ୍ରିୟା ଏବେ ଜାରି ରହିଛି ଏବଂ ଏହି ଟେଣ୍ଡରର ଅବଧି ୫ ବର୍ଷ ।

ମନ୍ତ୍ରୀ କହିଥିଲେ ଯେ, କେଉଁ କେଉଁ ଟୋଲ୍ ପ୍ଲାଜାରେ ପ୍ରାରମ୍ଭିକ ଭାହବେ ଭିଡିଓ ସର୍ଭେଲାନ୍ସ ବ୍ୟବସ୍ଥା ଲାଗିବ ତାହା ଚିହ୍ନଟ କରାଯାଇଛି । ଦେୟ ଆଦାୟ କରାଯାଉଥିବା ୨୧୦ ଟି ଟୋଲ୍ ପ୍ଲାଜାକୁ ଏହି ପ୍ରକଳ୍ପ ପାଇଁ ଚିହ୍ନଟ କରାଯାଇଛି । ଏନଏଚ୍ଏଆଇ ମୁଖ୍ୟ କାର୍ଯ୍ୟାଳୟରେ ସେଣ୍ଟ୍ରାଲ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ସ୍ଥାପନ କରି ଆଞ୍ଚଳିକ କାର୍ଯ୍ୟାଳୟ ଓ ଟୋଲ୍ ପ୍ଲାଜା ସହ ଏହାକୁ ସଂଯୋଗ କରିବାକୁ ଯୋଜନା ରହିଛି । ଏଥିପାଇଁ ୩୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତେବେ ସରକାରଙ୍କ ନିୟନ ଅନୁସାରେ ରାସ୍ତା ନିର୍ମାଣ କରିବା ପାଇଁ ବିଭିନ୍ନ ପ୍ରକାର କମ୍ପାନୀମାନଙ୍କୁ ଟେଣ୍ଡର କରାଯାଇଥାଏ । ପରେ ସେମାନେ ଟୋଲ ପ୍ଲାଜ ମାଧ୍ୟମରେ ରାସ୍ତାରେ ଯାଉଥିବା ଯାନବାହନ ମାନଙ୍କଠାରୁ ଟଙ୍କା ଆଦାୟ କରିଥାଆନ୍ତି । ତେଣୁ ବର୍ତ୍ତମାନ ସମୟରେ ଟୋଲଗେଟରେ ଯେଉଁ ସିସିଟିଭି ଲଗାଯିବ ତାହା ଲାଗି ଅଧିକ ଅର୍ଥ ନିଆଯିବ କି ନାହିଁ ତାହା ଜଣାପଡିନାହିଁ ।