ବିଶେଷ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ବିରୋଧୀଙ୍କ ଦାବି, ସ୍ୱତନ୍ତ୍ର ଅଧିବେଶନରେ ଉପସ୍ଥାପିତ ହେଉ ମହିଳା ସଂରକ୍ଷଣ ବିଲ୍

65

କନକ ବ୍ୟୁରୋ : ୧୭ ତମ ଲୋକସଭାର ୧୩ତମ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ସଂସଦର ସ୍ୱତନ୍ତ୍ର ଅଧିବେଶନର ଗୋଟିଏ ଦିନ ପୂର୍ବରୁ ରବିବାର ଦିନ ସର୍ବଅଦଳୀୟ ବୈଠକ ବସିଥିଲା । ଏଥିରେ ବିଜେଡି ଓ ବିଆରଏସ ସମେତ ଅନେକ ଦଳ ସଂସଦରେ ମହିଳା ସଂରକ୍ଷଣ ବିଲ ଉପସ୍ଥାପନ ହେଉ ବୋଲି ଦାବି କରିଛନ୍ତି ।

ବୈଠକ ପରେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି କି, ଏହି ବୈଠକରେ ୩୪ଟି ଦଳର ୫୧ ଜଣ ନେତା ସାମିଲ ହୋଇଥିଲେ । ଏଜେଣ୍ଡାରେ ୪ଟି ବିଲ ସୂଚିତ ହୋଇଛି ଓ କିଛି ସୁରକ୍ଷିତ ରହିଛି । ଏଭଳି ଭାବେ ୮ଟି ବିଲ ଉପସ୍ଥାପନ ହୋଇପାରେ ବୋଲି କୁହାଯାଇଛି । କିଛିଦଳ ବୈଠକରେ ନିଜ ମତ ରଖିଛନ୍ତି , ହେଲେ ସରକାର ନିଜ ଏଜେଣ୍ଡା ଉପରେ କାମ କରିବେ ବୋଲି ପ୍ରହ୍ଲାଦ ଯୋଶୀ କହିଛନ୍ତି ।

ସଂସଦର ବିଶେଷ ଅଧିବେଶନକୁ ନେଇ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ କହିଛନ୍ତି କି, ‘ଆମକୁ ଲାଗୁଥିଲା ଏହା ସଂସଦର ବିଶେଷ ଅଧିବେଶନ, ହେଲେ ଏହା ରେଗୁଲାର ଅଧିବେଶନ’ । ସରକାରଙ୍କ ଉର୍ଦ୍ଦେଶ୍ୟ ଏବେ ବିରୋଧୀଙ୍କ ଭିତରେ ଭ୍ରମ ସୃଷ୍ଟି କରିଛି । ଏହାସହ ସରକାର ବିରୋଧୀଙ୍କୁ ଅନେକ ଜିନିଷରୁ ବଞ୍ଚିତ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଶୂନ୍ୟକାଳ ଓ ପ୍ରଶ୍ନକାଳ ଉପରେ ସରକାର ଯେଭଳି ପ୍ରତିବନ୍ଧକ ଲଗାଇଛନ୍ତି ତାହାକୁ ନେଇ ଅଧିର ରଂଜନ ପ୍ରଶ୍ନ ଉଠାଇଛନ୍ତି ।