ଖୋର୍ଦ୍ଧା ରାଜସୁନାଖଳାର ପ୍ରଦୀପ କିଶୋର ମହାପାତ୍ରଙ୍କୁ ପରିଚୟ ଦେଇଛି ଖୋକା ଭାଇଙ୍କ ସଂଗୀତ । ରେଡିଓକୁ ଗୁରୁ କରି ଗାଉଛନ୍ତି ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଗୀତ

136

କନକ ବ୍ୟୁରୋ: ଓଡ଼ିଶାର ଚିର ସବୁଜ ସଙ୍ଗୀତ କାର ଅକ୍ଷୟ ମହାନ୍ତି ବା ଖୋକା ଭାଇ ଯାହାଙ୍କ କଣ୍ଠ ସ୍ୱରର ପ୍ରତେକ ଟି ସଙ୍ଗୀତ ଏବେ ବି ମନ୍ତ୍ରମୁଗ୍ଧ କରେ ପ୍ରତେକଙ୍କୁ। ତାଙ୍କରି ସଙ୍ଗୀତ ସବୁକୁ ତାଙ୍କ କଣ୍ଠ ସ୍ୱରରେ ଗାଈ ଚର୍ଚ୍ଚା ରେ ରାଜସୁନାଖଳା ର ପ୍ରଦୀପ୍ତ କିଶୋର।

ଖୁବ୍ ସୁନ୍ଦର ଭାବେ ଖୋକା ଭାଇଙ୍କ ଗୀତ ଗାଉଥିବା ଏହି ବ୍ୟକ୍ତ ଜଣଙ୍କ ହେଉଛନ୍ତି ଅକ୍ଷୟ ସଂଗୀତର ଅନନ୍ୟ ସାଧକ । ସଂଗୀତ ଏକ ସାଧନା, ତାକୁ ଗାଇବା ଏକ କଳା । ଏଥିପାଇଁ ଗୁରୁଙ୍କର ଆବଶ୍ୟକତା ରହିଛି । ହେଲେ ରେଡିଓକୁ ଗୁରୁ କରି ଖୋକା ଭାଇଙ୍କ ଗୀତ ଗାଇ ଅନେକ ମଂଚରେ ପୁରସ୍କୃତ ହୋଇଛନ୍ତି ରାଜସୁନାଖଳାର ପ୍ରଦୀପ୍ତ କିଶୋର ।

ବାପା କୋରାପୁଟରେ ଚାକିରି କରୁଥିବା ବେଳେ ପ୍ରଦୀପ୍ତଙ୍କ ପିଲାଦିନ ସେଇଠି କଟିଛି । କୋରାପୁଟର ବଣ ପାହାଡ ଘେରା ପରିବେଶ ଗୀତ ଗାଇବାକୁ ଖୋରାକ ଯୋଗାଉଥିବା ବେଳେ ପଡୋଶୀଙ୍କ ଠାରୁ ଚକୋଲେଟ୍ ପାଇବା ଆଶାରେ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ଶୁଣାଉଥିଲେ ପ୍ରଦୀପ୍ତ । ଜୀବନ ଯାତ୍ରାରେ ଅନେକ ବଧାକୁ ସାମ୍ନା କରିଥିବା ପ୍ରଦୀପ୍ତ ଦିନେ ଏକ ମଂଚରେ ସ୍ୱର୍ଗତ ଅକ୍ଷୟ ମାହାନ୍ତିଙ୍କୁ ଭେଟିଥିଲେ । ଏହାପରେ ତାଙ୍କ ଜୀବନରେ କଣ୍ଠଶିଳ୍ପୀ ହେବାର ନିଶା ଆଗକୁ ଟାଣି ନେଇଥିଲା । ଯାତ୍ରୀ ପାର୍ଟିରେ ଗୀତ ଗାଇବା ସହ ବିଭିନ୍ନ ମଂଚରେ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ପୁରସ୍କୃତ ହୋଇଛନ୍ତି ପ୍ରଦୀପ୍ତ ମହାପାତ୍ର ।