ସିବିଆଇ ଜେରା ବେଳେ ମୁହଁ ଫୁଟାଣି ଦେଖାଇଲେ ଖ୍ରୀଷ୍ଟ୍ରିଆନ ମିଶେଲ୍ ! କହିଲେ ଟଙ୍କା ନେଇଛି କିନ୍ତୁ ଲାଂଚ ନୁହେଁ
ନେତା ଓ ଅଫିସରଙ୍କୁ କିକବ୍ୟାକ୍ ଦେବା ଅଭିଯୋଗକୁ କଲେ ଖଣ୍ଡନ
କନକ ବ୍ୟୁରୋ : ଜେରା ବେଳେ ମୁହଁ ଫୁଟାଣି ଦେଖାଇଲେ ଖ୍ରୀଷ୍ଟ୍ରିଆନ ମିସେଲ । ଭିଭିଆଇପି ହେଲିକପ୍ଟର ଲାଂଚ କାରବାର ମାମଲାରେ ଗିରଫ ହୋଇଥିବା ମଧ୍ୟସ୍ଥି ମିସେଲ ପଚରାଉଚରାବେଳେ ମୁହଁ ଫୁଟାଣି ଦେଖାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ତାଙ୍କୁ ପଚରାଉଚରା କରୁଥିବା ସିବିଆଇର ତଦନ୍ତକାରୀ ଅଧିକାରୀଙ୍କ ଉପରେ ରାଗିବା ସହ କହିଛନ୍ତି ସେ ଅଗଷ୍ଟାୱେଷ୍ଟଲାଣ୍ଡ କମ୍ପାନୀଠାରୁ ଟଙ୍କା ନେଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଏହା ଲାଂଚ ନଥିଲା ବରଂ କନସଲଟାଂଟ ଫି ଆକାରରେ ଗ୍ରହଣ କରିଥିଲେ । ଏହା ସହିତ ସେ କୌଣସି ଭାରତୀୟ ନେତା ବା ଅଫିସରଙ୍କୁ କିକବ୍ୟକ୍ ଦେବା ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି । ମଙ୍ଗଳବାର ମଧ୍ୟ ରାତ୍ରରେ ମିସେଲଙ୍କୁ ଦୁବାଇରୁ ପ୍ରତ୍ୟର୍ପଣ ଚୁକ୍ତି ଆଧାରରେ ଭାରତ ଆଣିଛି ସିବିଆଇ । ୨୦୧୦ ମସିହାରେ ଇଟାଲି କମ୍ପାନି ଫିନମେକାନିକା କମ୍ପାନୀଠାରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ଭିଭିଆଇପିଙ୍କ ଗସ୍ତ ପାଇଁ ୧୨ଟି ହେଲିକପ୍ଟର କିଣାରେ ହୋଇଥିବା ଲାଂଚ କାରବାରର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ମିସେଲ ।