ହକି ବିଶ୍ୱକପ କ୍ରସଓଭରକୁ ଯିବା ପାଇଁ ଲଢ଼େଇ । ଆଜି ଖେଳାଯିବ ୨ଟି ମ୍ୟାଚ, ମୁହାଁମୁହିଁ ହେବେ ସ୍ପେନ୍-ନ୍ୟୁଜଲାଣ୍ଡ ଓ ଆର୍ଜେଣ୍ଟିନା-ଫ୍ରାନ୍ସ ।

ସନ୍ଧ୍ୟା ୫ଟାରେ ସ୍ପେନ ବାନାମ ନ୍ୟୁଜିଲାଣ୍ଡ ମୁକାବିଲା ହେବ । ସ୍ପେନ ମାତ୍ର ଗୋଟିଏ ପଏଣ୍ଟ ପାଇଥିବାରୁ କ୍ରସ ଓଭର ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିବ । ସେହିଭଳି ଦ୍ୱିତୀୟ ମ୍ୟାଚ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ହେବ ।

77

କନକ ବ୍ୟୁରୋ: ଆଜିଠାରୁ ବିଶ୍ୱକପ ହକିରେ ପୁଲ ମ୍ୟାଚର ଶେଷ ପର୍ଯ୍ୟାୟ ଆରମ୍ଭ ହେବ । ଭଲ ପ୍ରଦର୍ଶନ କରିଥିବା ଦଳ କ୍ୱାର୍ଟର ଫାଇନାଲ ବା କ୍ରସ ଓଭର ଖେଳିବାକୁ ଟିକେଟ୍ ପାଇବେ । ଲବଂ ଯେଉଁ ଦଳ ଖରାପ ପ୍ରଦର୍ଶନ କରିଥିବ ସେ ସ୍ୱଦେଶ ଫେରବା ପାଇଁ ପ୍ରସ୍ତୁତ ହେବେ । ତେବେ ଆଜି ବିଶ୍ୱକପ ହକିରେ ଦୁଇଟି ମ୍ୟାଚ୍ ଖେଳାଯିବ । ସନ୍ଧ୍ୟା ୫ଟାରେ ସ୍ପେନ ବାନାମ ନ୍ୟୁଜିଲାଣ୍ଡ ମୁକାବିଲା ହେବ । ସ୍ପେନ ମାତ୍ର ଗୋଟିଏ ପଏଣ୍ଟ ପାଇଥିବାରୁ କ୍ରସ ଓଭର ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିବ । ସେହିଭଳି ଦ୍ୱିତୀୟ ମ୍ୟାଚ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ହେବ । ଆର୍ଜେଂଟିନା ୨ଟି ମ୍ୟାଚରୁ ୨ ବିଜୟ ସହିତ ୬ ପଏଣ୍ଟ ପାଇସାରିଥିବାରୁ ଆଉ ଏକ ବିଜୟ କିମ୍ବା ଡ୍ର ଦଳକୁ ସିଧା କ୍ୱାର୍ଟରଫାଇନାଲରେ ପହଞ୍ଚାଇବ ।

ସେପଟେ ଗତକାଲି ସନ୍ଧ୍ୟାରେ ବିଶ୍ୱକପ ହକିର ପୁଲ-ଡି ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚରେ ଜର୍ମାନୀ ୪-୧ ଗୋଲରେ ନେଦରଲାଣ୍ଡକୁ ପରାସ୍ତ କରିଛି । ପ୍ରଥମ କ୍ୱାର୍ଟରରେ ନେଦରଲାଣ୍ଡର ଭାଲେଟିଂନ ଭର୍ଗା ଗୋଟିଏ ଫିଲ୍ଡ ଗୋଲ ଦେବାପରେ ଖେଳ ସମ୍ପୁର୍ଣ୍ଣ ଜର୍ମାନୀ ହାତକୁ ପଳାଇଥିଲା । ଜର୍ମାନୀ ଷ୍ଟାର ପ୍ଲେୟାର ମାଥିସ୍ ମୁଲାର ଗୋଟିଏ ଏବଂ ଲୁକାସ ୱିଇଣ୍ଡଫେଡର ପୋନାଲ୍ଟି କର୍ଣ୍ଣର ମାଧ୍ୟମରେ ଅନ୍ୟ ଗୋଲଟି ଦେଇଥିଲେ । ପରେ ମ୍ୟାଚର ଶେଷ ବେଳକୁ ଜର୍ମାନୀ ଆଉ ଦୁଇଟିି ଗୋଲ୍ ଦେଇଥଲା । ଏହି ମ୍ୟାଚ ଜର୍ମାନୀକୁ କ୍ୱାଟର ଫାଇନାଲକୁ ଯିବା ପାଇଁ ପଥ ପରିଷ୍କାର କରିଛିି ।

ପୁଲ୍-ଡି’ର ଅନ୍ୟ ଏକ ହାଇଭୋଲଟେଜ୍ ମ୍ୟାଚ ମାଲେସିଆ ଏବଂ ପାକିସ୍ତାନ ମଧ୍ୟରେ ୧-୧ରେ ଡ୍ର ହୋଇଛି । ପ୍ରଥମ ଗୋଲ ପାକିସ୍ତାନର ମହମଦ୍ ଆତିକ୍ ଦେଇଥିବା ବେଳେ ମାଲେସିଆର ଫୈଜଲ ଶାରୀ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ଗୋଟିଏ ଗୋଲ ଦେଇ ମ୍ୟାଚକୁ ଡ୍ର କରିଥିଲେ । ତେବେ ମାଲେସିଆ ୫ ଥରରୁ ଅଧିକ ପେନାଲ୍ଟି କର୍ଣ୍ଣରର ସୁଯୋଗ ପାଇଥିଲେ ମଧ୍ୟ ପାକିସ୍ତାନକୁ ଗୋଲ ଦେବାରେ ସକ୍ଷମ ହୋଇପାରିନଥିଲା । ଅନ୍ୟପଟେ ଏହି ପର୍ଯ୍ୟାୟ ମ୍ୟାଚ ସୁଦ୍ଧା ଉଭୟ ଟିମର ସ୍ଥିତି ସମାନ ଅଛି । ତେବେ ଆଜି ଠାରୁ ପୁଲ୍ ମ୍ୟାଚର ଶେଷ ପର୍ଯ୍ୟାୟ ଅର୍ଥାତ୍ ସମସ୍ତ ଟିମ୍ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ ଏବଂ କ୍ରସଓଭର ଖେଳିବା ପାଇଁ ଜି ଜାନ୍ ଲଗାଇଦେବେ ବୋଲି ହକିପ୍ରେମୀ ଆଶା ରଖିଛନ୍ତି ।