ବିଧାନସଭା ପରେ ବଡ଼ଦାଣ୍ଡ: କାହିଁକି ଅଧିଆ ପଡ଼ି ସରକାରଙ୍କ ସଦବୁଦ୍ଧି କାମନା କଲା ବିଜେପି ? ପଢ଼ନ୍ତୁ…

112

କନକ ବ୍ୟୁରୋ: ବିଧାନସଭାରୁ ଏବେ ବଡ଼ଦାଣ୍ଡ । ସମୟ ପୂର୍ବରୁ ସରିଗଲା ବିଧାନସଭା, ହେଲେ ଚାଲିବ ଲଢେଇ । ବିଜେପି ଓ କଂଗ୍ରେସ ଉଭୟ ନିଜ ନିଜର ଲଢେଇ ଜାରି ରଖିଛନ୍ତି । ସରକାରଙ୍କ ସଦବୁଦ୍ଧି କାମନା କରି ପୁରୀ ଜଗନ୍ନାଥଙ୍କ ପାଖରେ ଅଧିଆ ପଡିଛନ୍ତି ବିଜେପି ବିଧାୟକ । ବିଧାନସଭାର ଶୀତକାଳିନ ଅଧିବେଶନ ଅଧାରୁ ବନ୍ଦ ହୋଇଥିବା ବେଳେ ଏହାକୁ ନେଇ ରାଜ୍ୟପାଳଙ୍କ ଦ୍ୱାରସ୍ତ ହୋଇଥିଲା ବିଜେପି । ରାଜ୍ୟପାଳଙ୍କୁ ୪ ଦଫା ଦାବି ଜଣାଇଥିଲା ବିଜେପି ବିଧାୟକ ଦଳ ।

ତେବେ ୧୦ ଦିନ ଧରି ଗୃହ ଅସ୍ୱାଭାବିକ ଭାବେ ଚାଲିବା ପରେ ହଠାତ୍ ଗୃହକୁ ବନ୍ଦ କରିବା ପ୍ରତିବାଦରେ ରାଜ୍ୟପାଳଙ୍କୁ ଫେରାଦ ହୋଇଛି ବିଜେପି । ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବୀକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ନଦେବା ବିଜେପି ଅଭିଯୋଗ କରିଛି । ଏହାସହ ୧୭କାର୍ଯ୍ୟ ଦିବସ ବାକି ଥିବା ବେଳେ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଭାବରେ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବାକୁ ନେଇ ଅଭିଯୋଗ କରିଛି ଦଳ ।

ସେହିପରି ମମିତା ମେହେରେ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ମନ୍ତ୍ରୀଙ୍କୁ ଘଂଟାଘୋଡ଼ାଇ ରଖୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏହି ସବୁ ପ୍ରସଙ୍ଗରେ ସରକାରଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଜଗନ୍ନାଥଙ୍କ ନିକଟରେ ଅଧିଆ ପଡିଛନ୍ତି ବିଜେପି ।