ଅବସର ପରେ ଗାଁକୁ ଫେରିଲେ ଦେଶର ବୀର ଯବାନ । ବିଶାଳ ରାଲି କରି ପାଛୋଟି ନେଲେ ଗାଁ ଲୋକେ

342

କନକ ବ୍ୟୁରୋ : ବିଶାଳ ରାଲି କରି ବୀର ଯବାନଙ୍କୁ ଗ୍ରାମବାସୀଙ୍କ ସମ୍ବର୍ଦ୍ଧନା । ମାଟି ମାଆର ସେବା ପରେ ଏବେ ଅବସର ନେଇ ଜନ୍ମ ମାଟିରେ ପହଁଚିଛନ୍ତି ବୀର ଯବାନ ଦୀପକ ଜେନା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ନୂଆ ଗାଁର ଯବାନ ପୁଅକୁ ବହୁ ଆଡ଼ମ୍ବରରେ ଗ୍ରାମବାସୀ ସ୍ୱାଗତ ଜଣାଇଛନ୍ତି । ଗାଁରେ ଥିବା ବନ୍ଧୁ ବାନ୍ଧବ, ପରିବାର ପରିଜନ ଫୁଲମାଳ ପିନ୍ଧାଇ ଘରକୁ ପାଛୋଟି ନେଇଛନ୍ତି ।

ବାପା ମାଆଙ୍କ ପାଦ ଛୁଇଁ ଗାଁରେ ପ୍ରବେଶ କରିଛନ୍ତି ବୀର ଯବାନ ଦୀପକ ଜେନା । ଦେଶ ସେବାରେ ଲାଗିଥିବା ଯବାନ ଦୀପକ ଜେନା ସୀମାରେ ଲଢ଼େଇ କରୁଥିବାବେଳେ ଦୀର୍ଘ ୨୧ ବର୍ଷ ପରେ ଘରକୁ ଫେରିଛନ୍ତି । ଏହାକୁ ଦେଖି ଘରେ ଓ ଗାଁରେ ଖୁସିର ଲହରୀ ଖେଳିଯାଇଛି । ଆଗାମୀ ଦିନରେ ଅଞ୍ଚଳର ଗରିବ, ଅସହାୟ ଓ ଯୁବ ପିଢ଼ିଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି ଯବାନ ଦୀପକ ଜେନା ।