୩୦ବର୍ଷ ପରେ ଖୋଲିଲା ସିନେମା ହଲ । ହଲରେ ବସି ଫିଲ୍ମର ମଜା ନେବେ କଶ୍ମୀରବାସୀ

98

କନକ ବ୍ୟୁରୋ : ବର୍ଷେ କି ଦୁଇ ବର୍ଷ ନୁହେଁ ପୂରା ୩୨ବର୍ଷ ପରେ ଏବେ କଶ୍ମୀରରେ ଖୋଲିଛି ଫିଲ୍ମ ଥିଏଟର । ବାରମ୍ବାର ଆତଙ୍କୀ ଆକ୍ରମଣ ପରେ ଦୀର୍ଘ ବର୍ଷ ହେବ ଘାଟିରେ ସିନେମା ହଲ ବନ୍ଦ ପଡିଥିଲା । ଫିଲ୍ମକୁ ବ୍ୟାନ କରିବା ସହ ଆତଙ୍କୀମାନେ ହଲ ଉପରେ ବାରମ୍ବାର ଆକ୍ରମଣ କରୁଥିଲେ । ତେବେ ରାଜ୍ୟରେ ଆଟିକିଲ ୩୭୦ ଉଚ୍ଛେଦ ହେବା ପରେ କାଶ୍ମୀରରେ ଥିଏଟର ଖୋଲିବା ପାଇଁ ଦାବି ହେଉଥିଲା ଓ ବର୍ତମାନ ଏହା ପୁରା ହୋଇଛି । ଶ୍ରୀନଗରରେ ମଙ୍ଗଳବାର ଖୋଲାଯାଇଛି ମଲଟିପ୍ଲେକ୍ସ । ସବୁ ପ୍ରକାର ସୁବିଧା ସହ ଏକା ସହ ୫୩୦ ଜଣ ଦର୍ଶକ ବସିବା ବ୍ୟବସ୍ଥା ରହିଛି । ଏଠାରେ ୩ଟି ସ୍କ୍ରିନ ରହିଛି । ପ୍ରଥମ ଦିନରେ ଲାଲ ସିଂ ଚଡ୍ଡା ଫିଲ୍ମ ଦେଖି ଖୁବ ଖୁସି ପ୍ରକାଶ କରିଛନ୍ତି କାଶ୍ମୀରବାସୀ ।

ସେପ୍ଟେମ୍ବର ୩୦ ଠାରୁ ପ୍ରତ୍ୟକ ଦିନ ସିନେମା ହଲରେ ଫିଲ୍ମ ରିଲିଜ ହେବା । ସେପ୍ଟେମ୍ବର ୩୦ରେ ‘ ବିକ୍ରମ ବେଦା’ରିଲିଜ ହେବାର ନିଷ୍ପତି ନିଆଯାଇଛି । ଜମ୍ମୁକାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା ଏହି ମଲଟିପ୍ଲେକ୍ସର ଶୁଭାରମ୍ଭ କରିବା ସହ ପ୍ରଥମ ଦିନରେ ଫିଲ୍ମର ମଜା ଉଠାଇଛନ୍ତି । ଶ୍ରୀନଗର ପରେ ପୁଲୱାମା ଓ ସୋପିଆଁରେ ମଧ୍ୟ ସିନେମା ହଲ ଖୋଲାଯିବ ।

କାଶ୍ମୀରରେ ଖୋଲିଲା ସିନେମା ହଲ
• ୧୯୯୦ ମସିହାଠୁ କଶ୍ମୀରରେ ସିନେମା ହଲ ବନ୍ଦ ରହିଥିଲା
• ୧୯୯୮ରେ ଆତଙ୍କୀ ଆକ୍ରମଣ ପରେ ଏଥିରେ ତାଲା ପଡିଥିଲା
• ୧୯୯୬ ମସିହାରେ ପୁଣି ଥରେ ସିନେମା ହଲ ଖୋଲାଯାଇଥିଲା
• ଗ୍ରେନେଡ ଆକ୍ରମଣ ପରେ ହଲକୁ ଦୀର୍ଘ ବର୍ଷ ପାଇଁବନ୍ଦ କରାଯାଇଥିଲା
• କାଶ୍ମୀରବାସୀ ଜମ୍ମୁ ଓ ଅନ୍ୟାନ୍ୟ ସହର ଯାଇ ସିନେମା ହଲରେ ଫିଲ୍ମ ଦେଖୁଥିଲେ
• ଯାହା ପାଇଁ ସେମାନେ ୩ଶହ କିଲୋମିଟର ଯାତ୍ରା କରୁଥିଲେ

ଉପରାଜ୍ୟପାଳ କହିଛନ୍ତି ଶ୍ରୀନଗରରେ ସିନେମା ହଲ ଖୋଲାଯିବା ପରେ ରାଜ୍ୟକୁ ଏହାର ବଡ ଫାଇଦା ମିଳିବ । କାରଣ କାଶ୍ମୀର ବିଭିନ୍ନ ଲୋକେସନରେ ପୁଣି ଫିଲ୍ମ ସୁଟିଂ କରାଯିବ ସହ ରାଜ୍ୟର ପର୍ଯ୍ୟଟନକୁ ମିଳିବ ଏହା ବଡ ଫାଇଦା ।