ଯୋଡା ଅଞ୍ଚଳରେ ମହକୁଛି କାଶତଣ୍ଡୀ ଫୁଲ। ଆଉ ମାତ୍ର କିଛି ଦିନ ପରେ ଧରାବତରଣ କରିବେ ମା’ ଦୁର୍ଗା।

103

କନକ ବ୍ୟୁରୋ: ପାର୍ବଣ ଋତୁରେ ମହକୁଛି କାଶତଣ୍ଡୀ ଫୁଲ । ରାସ୍ତାକଡ଼ ହେଉ କି ନଈପଠା, ସବୁଠି ଏବେ କାଶତଣ୍ଡୀ ଫୁଲର ଭଣ୍ଡାର । କାଶତଣ୍ଡୀ ଫୁଲର ଚାମର ସ୍ପର୍ଶରେ ଧରାବତରଣ କରନ୍ତି ମା’ ଦୁର୍ଗା । ଆଉ କାଶତଣ୍ଡୀ ଫୁଲର ସୌନ୍ଦର୍ଯ୍ୟ ଶରୀର ଓ ମନକୁ ଉତଫୁଲ୍ଲିତ କରିଦିଏ । କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଂଚଳର ରାସ୍ତାର ଦୁଇ ପାଶ୍ୱର୍ରେ ଭରି ହୋଇ ରହିଛି କାଶତଣ୍ଡୀ ଫୁଲ । କେବଳ ରାସ୍ତାକଡ଼ ନୁହେଁ, ଦୂର ଦିଗବଳୟ ଯାଏଁ ଲମ୍ବିଛି କାଶତଣ୍ଡୀ ଫୁଲ । କାଶତଣ୍ଡୀ ଫୁଲର ସୌନ୍ଦର୍ଯ୍ୟ କବିପ୍ରାଣରେ ଭରିଦିଏ ନୂଆ ରୋମାଞ୍ଚ । ସୌନ୍ଦର୍ଯ୍ୟର ପ୍ରତୀକ ଯେତିକି, କାଶତଣ୍ଡୀ ଓଡ଼ିଆ ସଂସ୍କୃତିରେ ସେତିକି ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ରେଖା ପଂଚମୀରେ ଏହାର ବେଣୀ ଘର କବାଟରେ ବାନ୍ଧି ପୂଜା କରାଯାଏ । ଶରତ ଋତୁରେ ଆବିର୍ଭାବ ଠାରୁ ଆରମ୍ଭ କରି ଶାରଦୀୟ ଦୁର୍ଗାପୂଜାର ପ୍ରତୀକ କାଶତଣ୍ଡୀ ଫୁଲ ଧରାପୃଷ୍ଠରେ ନିଜ ସୌନ୍ଦର୍ଯ୍ୟର ସୁଧା ବିକିରଣ କରିଥାଏ ।