ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜିଉଙ୍କ ଅଧରପଣା ନୀତି ।  ବଡ଼ଦାଣ୍ଡରେ ଜନସମୁଦ୍ର, ରଥାରୁଢ ଶ୍ରୀବିଗ୍ରହଙ୍କୁ ଅର୍ପଣ କରାଯିବ ୯ ହାଣ୍ଡି ପଣା

166

କନକ ବ୍ୟୁରୋ : ଆଜି ରଥରେ ହେବ ମହାପ୍ରଭୁଙ୍କ ଅଧରପଣା ନୀତି । ୩ ଠାକୁରଙ୍କୁ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ । ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କୁ ତୁପ୍ତ କରିବା ପାଇଁ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସମ୍ପନ୍ନ ହେବ । ଚତୁର୍ଦ୍ଧାମୂର୍ତିଙ୍କ ଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ହାଣ୍ଡିକୁ ଭଙ୍ଗାଯିବ । ଏଥିପାଇଁ ସ୍ୱତନ୍ତ୍ର ଅଧରହାଣ୍ଡି ପ୍ରସ୍ତୁତ ହୋଇଛି । ଆଜି ଗରୁଡ଼ଶୟନ ନୀତି ଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି । ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧର ନୀତି ଆରମ୍ଭ ହେବ । ରାତି ୮ଟା ସୁଦ୍ଧା ତିନି ରଥରେ ଅଧର ନୀତି ଶେଷ ପରେ ୯ଟା ସୁଦ୍ଧା ମହାସ୍ନାନ ଶେଷ ହେବ । ପରେ ରାତି ୧୦ଟାରେ ମଇଲମ, ବେଶ, ସାଢେ ୧୦ଟାରେ ସଂଧ୍ୟା ଆଳତୀ, ରାତି ୧୧ଟାରୁ ୧୨ଟା ଭିତରେ ସଂଧ୍ୟା ଧୂପ, ସାଢେ ୧୨ଟାରେ ମଇଲମ, ଚନ୍ଦନ ଲାଗି ହେବ । ରାତି ଗୋଟାଏରେ ବଡ଼ ସିଂହାର ବେଶ, ରାତି ସାଢେ ଗୋଟାଏରେ ବଡ଼ସିଂହାର ଭୋଗ ଓ ରାତି ୨ଟାରେ ପହୁଡ ନୀତି ଅନୁଷ୍ଠିତ ହେବ ।