ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଆକମେ ସଲାରର କ୍ୟାମ୍ପସ୍ ଚୟନ । ୯ ଜଣ ଛାତ୍ରଙ୍କୁ ମିଳିଲା ସଫଳତା

143

କନକ ବ୍ୟୁରୋ: ଗତ ଦୁଇ ଦିନ ଧରି ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଦିଲ୍ଲୀଭିତ୍ତିକ କ୍ଲିନଟେକ୍ ସଲ୍ଲୁଏସନ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ କ୍ୟାମ୍ପସ ଚୟନ କରିଥିଲେ । ଭାରତର ପାୱାର ଜେନେରେସନ୍ କ୍ଷେତ୍ରରେ ଏହି କମ୍ପାନୀ ଅନେକ ରାଜ୍ୟରେ ଶକ୍ତି ଉତ୍ତୋଳନ ସୋଲାର ଦ୍ୱାରା କରୁଛନ୍ତି ।

କମ୍ପାନୀର ଉପ ସଭାପତି ବନ୍ଧନା ମଧୁସୂଦନ କ୍ୟାମ୍ପସ ଚୟନ କରିବାକୁ ଆସିଥିଲେ । ତାଙ୍କ ବକ୍ତବ୍ୟରେ ସେ କହିଥିଲେ, ୨୦୨୫ ମସିହାରେ ଆକମେ ସଲାର୍ ଭାରତର ଏକ ନମ୍ବର ଶକ୍ତି ଉତ୍ତୋଳନ୍ କରିବାର କମ୍ପାନୀ ହିସାବରେ ରହିବ । କମ୍ପାନୀ ଆଗୀମୀ ଦିନରେ ଜାପାନ, ଜର୍ମାନୀ ଏବଂ ଚୀନ ସହ ଅଧିକ ଶକ୍ତି ଉତ୍ତୋଳନ କରିବା ପାଇଁ ଟେକ୍ନୋଲୋଜିକୁ ଗ୍ରହଣ କରିବ । ତେବେ ଏହି କ୍ୟାମ୍ପସ୍ ଚୟନରେ ନାଳନ୍ଦା ଇନଷ୍ଟିଚ୍ୟୁଟର ଇଲେକ୍ଟ୍ରିକାଲ ବିଭାଗର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଶେଷରେ ନାଳନ୍ଦାର ୯ ଜଣ ଛାତ୍ର କ୍ୟାମ୍ପସରେ ଚୟନ ହୋଇଥିଲେ । ଏହି କ୍ୟାମ୍ପସକୁ ନାଳନ୍ଦା ଇଲେକ୍ଟ୍ରିକାଲ ବିଭାଗର ମୁଖ୍ୟ ବିକାଶ ସ୍ୱାଇଁ ପରିଚାଳିତ କରିଥିଲେ ।