ଦିଲ୍ଲୀରେ ପୁଣି ବର୍ବରତା, ଛାତ୍ରୀଙ୍କୁୁ ଏସିଡ ମାଡ । ବାଇକରେ ଆସି ଦୁଇ ଦୁର୍ବୃତ୍ତ ଏସିଡ୍ ଫିଙ୍ଗି ଫେରାର । ସିସିଟିଭିରେ କଏଦ ଘଟଣା

168

କନକ ବ୍ୟୁରୋ: ଦିଲ୍ଲୀରେ ପୁଣି ବର୍ବରତା । ଦୁଇଜଣ ଯୁବକ ବାଇକରେ ଆସି ଯୁବତୀଙ୍କ ଉପରକୁ ଏସିଡ୍ ମାଡ କରିଛନ୍ତି । ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଘଟିଛି ଏହି ଘଟଣା ।

ଚାଲିଚାଲି ଯାଉଥିବାବେଳେ ଦୁର୍ବୃତ୍ତ ଆସି ଏସିଡ୍ ମାଡ କରିବାରୁ ୧୭ ବର୍ଷୀୟା ବାଳିକା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ୨ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଚିହ୍ନଟ କରିଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅଟକ ରଖି ଜେରା କରିଛି ପୋଲିସ । ଏହି ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦିଲ୍ଲୀ ମହିଳା ଆୟୋଗ ମୁଖ୍ୟ ଶ୍ୱାତୀ ମାଲିୱାଲ । ଏଯାଏଁ ଏସିଡ୍ ବିକ୍ରିକୁ କାହିଁକି ବନ୍ଦ କରାଯାଇନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଶ୍ୱାତୀ ।