ଦିଲ୍ଲୀରେ ଚମକିଲେ ପଲ୍ଲୀର ପୁଅ । ସର୍ବଭାରତୀୟ ସ୍ତରୀୟ ମଡେଲିଂ ପ୍ରତିଯୋଗିତାରେ ବିଜେତା ବନିଲେ ମାଲକାନଗିରିର ଅଭିଷେକ୍ ବାଗଚୀ ।

557

କନକ ବ୍ୟୁରୋ : ପଲ୍ଲୀରୁ ଦିଲ୍ଲୀ ଯାତ୍ରା । ଦିଲ୍ଲୀ ଦରବାରରେ ଚମକିଲେ ଲାଲଗଡର ଯୁବ ପ୍ରତିଭା । ମାଲକାନଗିରିର ୧୭ ବର୍ଷର ଯୁବକ ଅଭିଷେକ୍ ବାଗଚୀ । ସର୍ବଭାରତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ଆଲି କ୍ଲବ ଟିନ୍ ଇଣ୍ଡିଆ ୨୦୧୯ ମଡେଲିଂ ପ୍ରତିଯୋଗିତାରେ ଦମଦାର ପ୍ରଦର୍ଶନ କରି ବିଜେତା ବନିଛନ୍ତି ଲାଲଗଡର ଏହି ଯୁବ ପ୍ରତିଭା । ଗତ ଦୁଇ ମାସ ଧରି ଅଭିଷେକ୍ ଦିଲ୍ଲୀ ଠାରେ ରହି ଗୋଟିଏ ପରେ ଗୋଟିଏ ଇଭେଣ୍ଟ ପାର୍ କରି ଶେଷରେ ବିଜେତା ବନିଛନ୍ତି ।

ପିଲାଟି ଦିନରୁ ନାଚ ଗୀତ ସହ ମଡେଲିଂ ପ୍ରତି ରୁଚି ରଖିଥିଲେ ମାଲକାନଗିରିର ଅଭିଷେକ ବାଗଚୀ । ବଡ ହୋଇ ସେଲିବ୍ରିଟି ହେବାକୁ ଇଚ୍ଛା ରଖିଥିବା ଅଭିଷେକ୍, ରାଜଧାନୀ ଭୁବନେଶ୍ୱରରେ ଯୁକ୍ତ ଦୁଇ ପଢୁଥିବା ସମୟରେ ହିଁ ଆଲି କ୍ଲବର ଟାଇଟଲ୍ ହାତେଇବା ପାଇଁ ଅଡିଶନ ଦେବା ଆରମ୍ଭ କରିଥିଲେ । ଆଉ ଧିରେ ଧିରେ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ଶେଷରେ ବିଜେତା ବନିପାରିଛନ୍ତି ଅଭିଷେକ ।