ରାଷ୍ଟ୍ରପତି ନିର୍ବାଚନ ନେଇ ‘ଆପ୍’ ର ଘୋଷଣା । ବିରୋଧୀ ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କୁ ସମର୍ଥନ

279

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ନେଇ ଏବେ ଦେଶର ରାଜନୈତିକ ମାହୋଲ ସରଗରମ ରହିଛି । ଏହି କ୍ରମରେ ଆଜି ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଦଳ ପକ୍ଷରୁ କୁହାଯାଇଛି କି ରାଷ୍ଟ୍ରପତି ନିର୍ବାଚନରେ ଦଳ ବିରୋଧୀମେଣ୍ଟର ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ । ଏନେଇ ଆପ୍ ର ରାଜ୍ୟସଭା ସାଂସଦ ସଂଜୟ ସିଂ ସୂଚନା ଦେଇଛନ୍ତି ।

କହିରଖୁ କି ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଆବାସରେ ଆୟୋଜିତ ଏହି ବୈଠକରେ ଅରବିନ୍ଦ କେଜ୍ରିୱାଲ, ମନୀଷ ସିଶୋଦିଆ, ସଂଜୟ ସିଂ, ଗୋପାଳ ରାୟଳ ଅତିଶୀ ମାର୍ଲିନା, ରାଘବ ଚଡ୍ଡା, ଇମ୍ରାନ ହୋସେନ ଓ ରାକ୍ଷୀ ବିର୍ଲା ପ୍ରମୁଖ ଯୋଗ ଦେଇଥିଲେ ।

 

ଏହି ବୈଠକ ପରେ ଆପ୍ ର ରାଜ୍ୟସଭା ସାଂସଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି, ଦଳର ରାଜନୀତି ସମ୍ବନ୍ଧୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି କି, ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଦଳ ବିରୋଧୀ ଦଳ ମେଣ୍ଟର ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ । ଏହାସହ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଦଳର ସମ୍ମାନ ଥିବା କଥା କହିଛନ୍ତି ସଂଜୟ ସିଂ