ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ହେଲେ ଓଡିଶା ଉପକୂଳରୁ ୨ଶହ କିଲୋମିଟର ଦୂରରେ କରିବ ଅତିକ୍ରମ ।

1,411

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଗଭୀର ଅବପାତ ବାତ୍ୟାର ରୂପ ନେଇଛି । ୧୨ ଘଂଟାରେ ଏହା ଭୀଷଣ ବାତ୍ୟାର ରୂପ ନେବ । ଏହି ବାତ୍ୟାକୁ କୁହାଯାଉଛି ‘ହାମୁନ’ । ୨୫ ତାରିଖରେ ଏହା ବାଂଲାଦେଶ ଉପକୂଳ ଛୁଇଁବ । ଓଡିଶା ଉପରେ ଏହାର କିଛି ବିଶେଷ ପ୍ରଭାବ ନାହିଁ । ଉପକୂଳରେ କେବଳ କାଁ ଭାଁ ବର୍ଷା ହେବ । ଉତ୍ତର ଓଡିଶାରେ କାଁ ଭାଁ ବର୍ଷା ହୋଇପାରେ । ବାତ୍ୟା ପ୍ରଭାବରେ କିଛି ସ୍ଥାନରେ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି । ଏହି ବାତ୍ୟା ବାଂଲାଦେଶ ଉପକୂଳର ଖେପୁପଡା –ଚିତ୍ତାଗଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଆଉ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇସାରିଥିବ ।

ଏପଟେ ଏଆରସିଙ୍କ ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କୃଷି ଓ ଜଳସଂପଦ ବିଭାଗ ସଚିବଙ୍କୁ ସତର୍କ ରହିବାକୁ କୁହାଯାଇଛି । ବାତ୍ୟାର ପ୍ରଭାବ ଓଡିଶାରେ ନାହିଁ ବୋଲି ପାଣିପାଗ ବିଭାଗର ଆକଳନ ସତ୍ୱେ ଲୋକଙ୍କ ମନରେ ଛନକା ପଶିଛି । ବିଶେଷକରି ଚାଷୀକୂଳ ଚିନ୍ତାରେ ପଡିଛନ୍ତି । ଧାନ ଉଜୁଡିଯିବା ଆଶଙ୍କା ପ୍ରକାଶ ପାଇଛି । ଉପକୂଳିଆ ଲୋକଙ୍କ ମନରୁ ଭୟ ଯାଇନି ।