ବଡ଼ ଖବର: ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ ପାଣ୍ଡିଆନ୍, ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।

1,977

କନକ ବ୍ୟୁରୋ: ଅବସର ନେଲେ ଆଇଏଏସ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି .କେ ପାଣ୍ଡିଆନ । ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ ପାଣ୍ଡିଆନ । କେନ୍ଦ୍ର ସରକାରଙ୍କୁ ଅବସର ପାଇଁ କରିଥିଲେ ଆବେଦନ । ଏବଂ କେନ୍ଦ୍ର ସରକାର ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି । ଏନେଇ ଚିଠି ଜରିଆରେ ଅବଗତ କରିଛନ୍ତି କେନ୍ଦ୍ର ସରକାର ।

୨୦୦୦ ବ୍ୟାଚର ଆଇଏଏସ ଅଫିସର ଭି,କେ ପାଣ୍ଡିଆନ । ୨୦୦୨ରୁ ୨୦୦୪ କଳାହାଣ୍ଡି ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ପାଣ୍ଡିଆନ୍ । ଏହାପରେ ୨୦୦୫ରୁ ୨୦୦୭ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିଲେ । ୨୦୦୭ରୁ ୨୦୧୧ ଗଞ୍ଜାମ ଜିଲ୍ଲାପାଳ ମଧ୍ୟ ଥିଲେ ଭି.କେ ପାଣ୍ଡିଆନ । ତେବେ ୨୦୧୧ ପରଠୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ ।