କଟକରେ ଗ୍ୟାଙ୍ଗୱାର: ଛୁରାମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ତପନ ନାୟକ ମୃତ, ଯୋବ୍ରାରେ ମାଛମରା ଘଟଣାକୁ ନେଇ ହୋଇଥିଲା ବିବାଦ

ସେପଟେ ବରଗଡରେ ଶୋଇଥିବାବେଳେ ଯୁବକଙ୍କୁ ଗୁଳି ମାରି ହତ୍ୟା

298

କନକ ବ୍ୟୁରୋ: କଟକ ଯୋବ୍ରାରେ ମାଛମରା ଘଟଣାକୁ ନେଇ ଛୁରାମାଡରେ ଜଣକର ମୃତ୍ୟୁ ହୋଇଛି । ମୃତକ ଜଣକ ଦୁର୍ଦାନ୍ତ ଅପରାଧି ତପନ ନାୟକ ବୋଲି ଜଣାପଡିଛି । ମାଛମରା ଘଟଣାକୁ ନେଇ ତପନଙ୍କ ସହ ଅଭିଯୁକ୍ତ ହାପି ମହାନ୍ତିର ବଚସା ହୋଇଥିଲା । ଏହା ପରେ ତପନକୁ ଛୁରାମାଡ କରିଥିଲା ହାପି । ଗୁରୁତର ଅବସ୍ଥାରେ ତପନକୁ ଏସସିବି ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ତାର ମୃତ୍ୟୁ ଘଟିଛି । ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । ତପନ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି ।

ସେପଟେ ବରଗଡରେ ବି ଜଣକୁ ଗୁଳକରି ହତ୍ୟା । ଗତକାଲି ରାତିରେ ବରଗଡ ଥାନା ଜାମୁର୍ଡା ଗାଁରେ ଏହି ଘଟଣା ଘଟିଛି । ଘର ଛାତ ଉପରେ ଶୋଇଥିବାବେଳେ ବସନ୍ତ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ୩-୪ ଜଣ ଦୁର୍ଦ୍ଦାନ୍ତ ଆସି ଗୁଳି କରିଥିଲେ । ତାଙ୍କୁ ପ୍ରଥମେ ଏକ ଘରୋଇ ହସପିଟାଲ ଓ ପରେ ବୁର୍ଲା ବଡ ମେଡିକାଲକୁ ନିଆଯାଇଥଲା । ସେଠାରେ ସେ ପ୍ରାଣ ହରାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି । ଗୁଳିମାଡର କାରଣ ଜଣାପଡିନାହିଁ ।