ବିନା କଟକଣାରେ ହେବ ଗଣେଶ ପୂଜା : ବିଏମସି କମିଶନରଙ୍କ ସୂଚନା

255

କନକ ବ୍ୟୁରୋ : ଚଳିତ ବର୍ଷ ବିନା କଟକଣାରେ ପାଳିତ ହେବ ଗଣେଶ ପୂଜା । ପୂର୍ବ ବର୍ଷ ଅପେକ୍ଷା ବର୍ତ୍ତମାନ ପରିିସ୍ଥିତି ବଦଳିଥିବାରୁ ଗଣେଶ ପୂଜାରେ କୋଭିଡ କଟକଣା ରହିବ ନାହିଁ । ଗଣେଶ ପୂଜାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ଶତାଧିକ ଲୋକଙ୍କୁ ନେଇ ରାଜଧାନୀରେ ହୋଇପାରିବ ଗଣେଶ ପୂଜା ।

ସେହିପରି ଭକ୍ତମାନେ ମଧ୍ୟ ସିଧାସଳଖ ଠାକୁରଙ୍କ ଦର୍ଶନ କରିପାରିବେ । ଅନ୍ୟପଟେ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ କୂଆଖାଇ ଓ ଦୟାନଦୀ କୂଳରେ ୨ଟି ଅସ୍ଥାୟୀ ପୋଖରୀ ନିର୍ମାଣ ହୋଇଛି । ସେଥିରେ ହିଁ ସମସ୍ତ ମୂର୍ତ୍ତି ବିସର୍ଜନ କରିବା ନେଇ ଅପିଲ୍ କରିଛନ୍ତି ବିଏମସି କମିଶନର । ଚଳିତବର୍ଷ ରାଜଧାନୀରେ ୫୦ରୁ ଅଧିକ ମଣ୍ଡପରେ ଠାକୁର ପୂଜା ପାଇବେ  । ଅନ୍ୟପଟେ ମାସ୍କ ଓ ସାନିଟାଇଜର ବ୍ୟବହାର ପାଇଁ ଅନୁରୋଧ କରିଛନ୍ତି ବିଏମସି କମିଶନର ।