ନିୟମିତ ହେଲେ ୮ହଜାରରୁ ଅଧିକ କନିଷ୍ଠ ଶିକ୍ଷକ : ୪୦ ହଜାର ଶିକ୍ଷକଙ୍କୁ ପଦନ୍ନୋତି; ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

273

କନକ ବ୍ୟୁରୋ : ନିୟମିତ ହେଲେ ୮ ହଜାର ୧୦୨ କନିଷ୍ଠ ଶିକ୍ଷକ । ୨୦୧୫ ଜାନୁଆରୀ ମାସରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗ ଆଜି ନିୟମିତ କରିଛି । ୬ ବର୍ଷ ୧୧ ମାସ ପରେ ସେମାନଙ୍କୁ ନିୟମିତ କରାଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେହିପରି ୪୦ ହଜାର ୫୨ ଶିକ୍ଷକଙ୍କୁ ପଦନ୍ନୋତି କରାଯାଇଛି ।

୨୦୨୨ ଲାଗି ଗଣଶିକ୍ଷା ବିଭାଗର ଯୋଜନା ସଂପର୍କରେ ସୂଚନା ଦେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ୨୫୦ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ବାକି ଅନ୍ୟସବୁ ବ୍ଲକରେ ଏବର୍ଷ ଆଦର୍ଶ ବିଦ୍ୟାଳୟ ଖୋଲାଯିବ ଏବଂ ଚଳିତ ବର୍ଷ ଷଷ୍ଠ ଶ୍ରେଣୀରୁ ପାଠପଢ଼ା ଆରମ୍ଭ କରାଯିବ । ରାଜ୍ୟର ସମସ୍ତ ସ୍କୁଲକୁ ରୂପାନ୍ତରୀକରଣ କରାଯିବ ଓ ଫାଇଭ ଟି ଅଧୀନରେ ଅଣାଯିବ । ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ।

ଏଗାର ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରି ସାରିଛି । ଆଦର୍ଶ ବିଦ୍ୟାଳୟରେ ୧୭୦୦ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାଥମିକ ଶିକ୍ଷାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାକୁ କିଭଳି ଗୁରତ୍ୱ ଦିଆଯିବା ଉପରେ ଧ୍ୟାନ ଦିଆଯାଉଛି । ଦଶମ ଓ ଦ୍ୱାଦଶ ବାର୍ଷିକ ପରୀକ୍ଷା ସଠିକ ସମୟରେ କରି ଫଳ ବାହାର କରିବା ପାଇଁ ଆଶା ରଖିଛୁ। ଯଦି କିଛି ସମସ୍ୟା ଉପୁଜେ ସରକାର ସେଥିପାଇଁ ପ୍ରସ୍ତୁତ ଅଛନ୍ତି ।