ଶାଢୀ ଚୋରି କରି ପିନ୍ଧିଲେ ସାନ୍ୟା । ସାକ୍ଷାତକାରରେ ସତ ବଖାଣିଲେ

149

କନକ ବ୍ୟୁରୋ: ସୁଟିଂ ସେଟରେ ଅନେକ ଦାମୀ ଓ ଡିଜାଇନର ଶାଢୀ ପିନ୍ଧିବାକୁ ମିଳିଥାଏ ଅଭିନେତ୍ରୀମାନଙ୍କୁ । କିଛି ଅଭିନେତ୍ରୀଙ୍କର ଏଥିପ୍ରତି ଟିକେ ଲୋଭ ଥିବା ଅନେକ ଥର ଦେଖିବାକୁ ମିଳିଛି । ହେଲେ ସୁଟିଂ ସେଟରୁ ଶାଢୀ ଚୋରୀ କରି ପିନ୍ଧିବା କଥାଟା ଟିକିଏ ଅଡୁଆ ଲାଗୁଛି । କିନ୍ତୁ ଏପରି କରିଛନ୍ତି ଅଭିନେତ୍ରୀ ସାନ୍ୟା ମାଲହୋତ୍ରା ।ଏକ ସାକ୍ଷାତକାରରେ ସେ ଏକଥା ସ୍ୱୀକାର ମଧ୍ୟ କରିଛନ୍ତି ।

ସାନ୍ୟା କହିଛନ୍ତି, ପ୍ରଥମ ଲକ୍‌ଡାଉନ୍‌ ପରେ ଆମେ ଫିଲ୍ମ ‘ମୀନାକ୍ଷି ସୁନ୍ଦରେଶ୍ୱର’ର ଶୁଟିଂ କରୁଥିଲୁ। ପୁଣି କ୍ୟାମେରା ସମ୍ମୁଖକୁ ଫେରି ମୁଁ ବହୁତ ଖୁସି ଥିଲି। ମୁଁ ସେଥିରେ ମୀନାକ୍ଷି ଭୂମିକାରେ ଅଭିନୟ କରିବା ପାଇଁ ପ୍ରସ୍ତୁତ ହେବାକୁ ଭାରି ଉତ୍ସାହିତ ରହୁଥିଲି। ମୋ ପାଖରେ ଏବେବି ସେ ଫିଲ୍ମର କିଛି ଶାଢ଼ି ଅଛି। ମୁଁ ସେସବୁକୁ ଚୋରି କରିଥିଲି। ଏମିତିକି ମୋ ସାଙ୍ଗ ବାହାଘରରେ ସେଥିରୁ ଗୋଟିଏ ଶାଢ଼ି ପିନ୍ଧିଥିଲି।

ସୁପରହିଟ୍ ଫିଲ୍ମ ‘ଦଙ୍ଗଲ’ରେ ଡେବ୍ୟୁ କରିଥିଲେ ସାନ୍ୟା। ତା’ପରେ ସେ ବିଶାଲ ଭରଦ୍ୱାଜଙ୍କ ‘ପଟାଖା’ରେ ଅଭିନୟ କରିଥିଲେ। ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଫିଲ୍ମ ‘ବଧାଇ ହୋ’ରେ ମଧ୍ୟ ଅଭିନୟ କରିଥିଲେ। ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନା, ନୀନା ଗୁପ୍ତା, ସୁରେଖା ସିରି ଓ ଗଜରାଜ ରାଓ ପ୍ରମୁଖ ଥିଲେ।