ଜୟପୁର ପରେ ନବରଙ୍ଗପୁରରେ ସରକାରୀ ଯୋଜନାର ସଫଳତା କଥା କହିଲେ ନବୀନ । ନିଜ ପାଇଁ ଓ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଆଶୀର୍ବାଦ ।

119

କନକ ବ୍ୟୁରୋ: ଜୟପୁରରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ବେଳେ ରାଜ୍ୟରେ ଲାଗୁ ହୋଇଥିବା ସମସ୍ତ ସରକାରୀ ଯୋଜନାର ସଫଳତାର କଥା ଗୋଟି ଗୋଟି କରି ଜନତାଙ୍କୁ ପଚାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ବିଏସକେୱାଇ ଯୋଜନା, ମମତା ଯୋଜନା, ଲକ୍ଷ୍ମୀ ବସ୍ ଯୋଜନା, ମିଶନ୍ ଶକ୍ତି, ପିଲାଙ୍କ ଶିକ୍ଷା ପାଇଁ ଛାତ୍ର ବୃତ୍ତି ବ୍ୟବସ୍ଥା , ଚାଷୀଙ୍କ ପାଇଁ କାଳିଆ ଯୋଜନା ସଫଳ ସଫଳ ହୋଇଛି କି ନାହିଁ ବୋଲି ଜନତାଙ୍କୁ ପଚାରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ନିଜ ପାଇଁ ଜନତାଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ , ଶଂଖ ଚିହ୍ନ ଓ କୋରାପୁଟରେ ବିଜେଡିର ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କ ଆଶୀର୍ବାଦ ଲୋଡିଥିଲେ ମୁଖ୍ୟମନ୍ତ୍ରୀ ।