ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ : ସ୍ମରଣୀୟ କରିବାକୁ ସମୁଦ୍ର ବେଳାଭୂମିରେ ସ୍ୱଚ୍ଛତା ଅଭିଯାନ

71

ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ଆଜି ୭୨ ବଷ ବୟସରେ ପାଦ ଥାପିଛନ୍ତି ପ୍ରଧାନମନ୍ତ୍ରୀ । ଜନ୍ମଦିନ ଅବସରରେ ମୋଦୀ ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ଅଛି । ୪ ଟି ସଭାରେ ମୋଦୀ ଆଜି ଦେଶବାସୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ମଧ୍ୟପ୍ରଦେଶର କାରହାଲରେ ସ୍ୱୟଂ ସହାୟକ ସଂଘ ମହିଳାମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏକ କାର୍ଯ୍ୟକ୍ରମ ରହିଛି ।

ଏଥିସହ ମୋଦୀ ବିଶ୍ୱକର୍ମ ଜୟନ୍ତୀ ଉପଲକ୍ଷେ ଆଇଆଇଟି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ୪୦ ଲକ୍ଷ ଛାତ୍ରଛାତ୍ରୀ ଯୋଗଦେବେ ବୋଲି ସୂଚନା ମିଳିଛି । ତେବେ ସନ୍ଧ୍ୟାରେ ମୋଦୀ ନ୍ୟାସନାଲ ଲଜିଷ୍ଟିକ୍ ପଲିସିର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଲଜିଷ୍ଟିକ୍ ଖର୍ଚ୍ଚ କମାଇବା ଏହି ପଲିସିର ମୁଖ୍ୟ ଲକ୍ଷ ରଖଯାଇଛି । ଯାହା ଦେଶର ଜିଡିପିର ୮ ପ୍ରତିଶତ ବୋଲି କୁହାଯାଉଛି ।

ଏଥିସହ ମୋଦୀ ଆଜି ଧ୍ୟପ୍ରଦେଶର କୁନୋ ପାଲପୁର ଅଭୟାରଣ୍ୟରେ ଚିତା ବାଘଗୁଡିକୁୁ ଜଙ୍ଗଲରେ ଛାଡିବାର କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଛି । ଏହାଛଡା ବିଜେପି ପକ୍ଷରୁ ମୋଦୀଙ୍କ ଜନ୍ମଦିନକୁ ଧୁମଧାମରେ ପାଳନ କରିବାକୁ ଲକ୍ଷ ରଖଯାଇଛି । ୧୬ ଦିନ ବ୍ୟାପି ସେବା ଦିବସ ଭାବେ ବିଜେପି ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି । ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ମହାତ୍ମା ଗାନ୍ଧୀଙ୍କ ଜନଦିବସ ଯାଏ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିବାକୁ ବିଜେପି ରୋଡ ମ୍ୟାପ ପ୍ରସ୍ତୁତ କରିଛି ।

୨୦୧୪ ଅକ୍ଟୋବର ଦୁଇ ତାରିଖ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସ୍ୱଚ୍ଛ ରଖିବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ । ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି । ଏହି ହେଉଛି ସ୍ୱଚ୍ଛତା ଉପରେ ଭାରତ ସରକାରଙ୍କ ସବୁଠୁ ବଡ ଅଭିଯାନ । ଏହି ଅଭିଯାନରେ ପ୍ରତ୍ୟେକ ଘରେ ଶୌଚାଳୟ ନିର୍ମାଣ ମଧ୍ୟ କରଯାଇଛି ।

ତେବେ ଆଜି ମୋଦୀଙ୍କ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଓଡ଼ିଶାର ପୁରୀ, ଗୋପାଳପୁର ଏବଂ ବାଲେଶ୍ୱର ବେଳାଭୂମିର ଅଳିଆ ସଫା କରିବାର କାର୍ଯ୍ୟକ୍ରମ ରହିଛି । ବିଜେପି ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ପୁରା ଚେଷ୍ଟା ଜାରିରହିଛି ।