ଏଣିକି ଘରେ ବସି ଭୋଟ ଦେଇପାରିବେ ଦିବ୍ୟାଙ୍ଗ ମତଦାତା ! ଖୁବ ଶିଘ୍ର ଏଭଳି ସୁବିଧା ଆଣିପାରେ ନିର୍ବାଚନ ଆୟୋଗ ।

28

ନିର୍ବାଚନରେ ମତଦାନ ପାଇଁ ଦିବ୍ୟାଙ୍ଗ ମାନଙ୍କୁ ସକ୍ଷମ କରିବା ପାଇଁ ନିର୍ବାଚନ ଆୟୋଗ କିଛି ନୂଆ ପଦକ୍ଷେପ ନେବାକୁ ବିଚାର କରୁଛନ୍ତି । ପ୍ରକୃତ କଥା ହେଉଛି, ନିର୍ବାଚନ ଆୟୋଗ ଚାହୁଁଛନ୍ତି ଯେ, ଶାରୀରିକ ଅକ୍ଷମତା କାରଣରୁ କୌଣସି ବ୍ୟକ୍ତି ନିଜ ମତ ସାବ୍ୟସ୍ତ କରିବରୁ ବଞ୍ଚିତ ନରୁହନ୍ତୁ । ଏଥିପାଇଁ ଆୟୋଗ ପକ୍ଷରୁ ବିକଳ୍ପ ମତଦାନ ବ୍ୟବସ୍ଥାର ଅନେକ ଉପାୟ ଉପରେ ବିଚାର ଚାଲିଛି ।

ଦିବ୍ୟାଙ୍ଗ ମତଦାତା ମାନେ କିପରି ଘରେ ବସି ନିଜ ମତ ସାବ୍ୟସ୍ତ କରିପାରିବେ କିମ୍ବା ପୋଷ୍ଟାଲ ମାଧ୍ୟମରେ ସେମାନେ ନିଜ ମତ ସାବ୍ୟସ୍ତ କରିପାରିବେ ଏବଂ ମୋବାଇଲ ପୋଲିଂ ଷ୍ଟେସନ ଭଳି ବିକଳ୍ପ ଉପରେ ଆଲୋଚନା ଚାଲିଛି । ତେବେ ନିର୍ବାଚନ ଆୟୋଗର ଲକ୍ଷ୍ୟ ହେଉଛି କୌଣସି ମଧ୍ୟ ମତଦାତା ଯେପରି ନିଜ ମତ ସାବ୍ୟସ୍ତ କରିବାରୁ ବଞ୍ଚିତ ନରୁହନ୍ତୁ । ଏଥିରେ ରାଷ୍ଟ୍ରୀୟ ପାର୍ଟିର ପ୍ରତିନିଧିମାନଙ୍କ ସହ ସରକାରୀ ମନ୍ତ୍ରାଳୟ ଏବଂ ବିଭାଗ, ଦିବ୍ୟାଙ୍ଗ ବିଶେଷଜ୍ଞ ଏବଂ ସିଭିଲ ସୋସାଇଟିର ପ୍ରତିନିଧିମାନଙ୍କୁ ସାମିଲ କରାଯାଇଛି ।

ନିର୍ବାଚନ ଆୟୋଗ ଦିବ୍ୟାଙ୍ଗମାନଙ୍କ ମତଦାନକୁ ସାଧାରଣ ସମୟ ପୂର୍ବରୁ କରାଇବା ପାଇଁ ବିଚାର କରାଯାଉଛି । ଯେପରିକି ଭୋଟିଂ ଦିନ ହେଉଥିବା ଲମ୍ବା ଲାଇନ କାରଣରୁ ସେମାନଙ୍କୁ କୌଣସି ଅସୁବିଧାର ସାମ୍ନା କରିବାକୁ ନପଡେ । ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ପୋଷ୍ଟାଲ ଭୋଟିଂର ସମ୍ଭାବନା ଉପରେ ମଧ୍ୟ ବିଚାର କରାଯାଇଛି । ତେବେ ଏହି ସବୁ ଉପାୟ ଗୁଡିକୁ ଲାଗୁ କରିବା ପାଇଁ ନିର୍ବାଚନ ନିୟମରେ ସଂଶୋଧନ କରିବା ମଧ୍ୟ ଆବଶ୍ୟକ ।