କାରକୁ ଧକ୍କା ଦେଲା ମାଲବୋଝେଇ ଟ୍ରକ : ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୭ ଜଣ ଆହତ

343

କନକ ବ୍ୟୁରୋ : କାରକୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ୍ । କାରରେ ଥିବା ୬ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଆହତ ଅଛନ୍ତି । ଅମ୍ବାଜୀ ଦର୍ଶନ ପାଇଁ ଯିବା ସମୟରେ ଟ୍ରକ୍ ଚାପି ଦେଇଥିବା ସୂଚନା । ସମସ୍ତେ ପଞ୍ଚମାହଲର ବାସିନ୍ଦା ବୋଲି ଜଣାପଡିଛି ।

ସୂଚନାନୁସାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଅରବଲ୍ଲୀର କୃଷ୍ଣାପୁର ପାଖରେ ହୋଇଛି । ଦୁର୍ଘଟଣାର ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲା । ତେବେ ଦୁର୍ଘଟଣା ହେତୁ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି ଏବଂ ସେମାନଙ୍କ ପରିବାର ସହିତ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଉଛି ।

ଅରବାଲିରେ ହୋଇଥିବା ଦୁର୍ଘଟଣାର ଚିତ୍ର ସାମ୍ନାକୁ ଆସିଛି । କାରର ଅବସ୍ଥା ଦେଖି ଅନୁମାନ କରାଯାଇପାରେ ଯେ ଧକ୍କା କେତେ ଶକ୍ତିଶାଳୀ ଥିଲା । ପୋଲିସର କହିବାନୁସାରେ, ଅରବଲ୍ଲୀରେ ଘଟିଥିବା ଦୁର୍ଘଟଣାର ତଦନ୍ତ ଚାଲିଛି । ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯିବ । ଏହା ପରେ ମୃତଦେହ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ । ଦୁର୍ଘଟଣାର ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି ।