ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ପାସ୍, ହେଲେ ୫ ଭାଷାରେ କଥା ହୋଇ ଲୋକଙ୍କୁ ଲୁଟୁଥିଲା ସୁପର ସାଇବର ଠକ । 

135

କନକ ବ୍ୟୁରୋ: ମଧ୍ୟପ୍ରଦେଶ ପୋଲିସ ହାତରେ ଏପରି ଜଣେ ଯୁବକ ଧରାପଡିଛି, ଯିଏ ଅତି ଚାଲାକି କରି ସାଇବର ଠକେଇ କରୁଥିଲେ ।  ତା ବିଷୟରେ ଯାହା ତଥ୍ୟ ଜଣାପଡିଲା ତାହା ଜାଣି ପୋଲିସ ତାଜୁବ ହୋଇଯାଇଥିଲା ।

ପାଠପଢା ମାତ୍ର ଅଷ୍ଟମ ପାସ୍ । ନିପଟ ଗାଁରେ ଘର । ହେଲେ ମସ୍ତିଷ୍କ ପୁରା ତୀକ୍ଷ୍ଣ ।  ୫ ଟି ଭାଷାରେ ଦକ୍ଷତା । କମ୍ପ୍ୟୁଟର ଜ୍ଞାନରେ ଧୁରୀଣ । ଅର୍ଥାଭାବରୁ ବେଙ୍ଗାଲୁରୁ  କାମ କରିବାକୁ ଚାଲିଆସିଲେ । ସେଠାରେ ପାଲଟିଗଲେ ସୁପର ଠକ୍  । ନିଜକୁ ବିଭିନ୍ନ ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ ଲୋକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିେନେଲେ ।

ଏପରି ଠକିବା କ୍ରମରେ ଜଣେ ବ୍ୟକ୍ତିଙ୍କୁ କ୍ରେଡିଟ୍ କାର୍ଡ ଡିପାର୍ଟମେଣ୍ଟର ଅଧିକାରୀ ବୋଲି ପରିଚୟ ଦେଇ ଫୋନରେ କଥା ହେଲେ । ପରେ ପରେ ଉକ୍ତ ବ୍ୟକ୍ତିଙ୍କ କାର୍ଡରୁ ୨ ଲକ୍ଷ ଟଙ୍କା ଗାଏବ କରିନେଲେ । ବ୍ୟକ୍ତିଜଣକ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ଶେଷରେ ସାଇବର ଠକ ଯୁବକଙ୍କୁ ଗିରବ କରିଥିଲା ପୋଲିସ ।