ସତ ହେବ ଏଗଜିଟ ପୋଲ ରିପୋର୍ଟ ନା ଠିକ ପ୍ରମାଣିତ ହେବ ଦଳଗୁଡିକଙ୍କର ଦାବି । ୫ରାଜ୍ୟ ବୁଥବାହୁଡା ମତକୁ ନେଇ ବଢ଼ିଲା ତର୍କବିର୍ତକ

234

କନକ ବ୍ୟୁରୋ : ବୁଥବାହୁଡା ମତ ଅନୁସାରେ ୫ଟି ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି । ବିଜେପି ଓ କଂଗ୍ରେସ ଦୁଇଟି ଲେଖାଏଁ ରାଜ୍ୟରେ ସରକାର ଗଢିବେ ବୋଲି କୁହାଯାଉଛି । କିନ୍ତୁ ମିଜୋରାମରେ ଝୁଲା ସରକାର ଦେଖିବାକୁ ମଳିବ ଏଗଜିଟ୍ ପୋଲ ସୂଚନା ମଳିଛି । ସବଠୁ ବଡ଼ କଥା ହେଉଛି ଏଥର ଏକପାଖିଆ ଭାବେ କୌଣସି ଦଳ ବିଜୟୀ ହୋଇନପାରେ ବୋଲି କୁହାଯାଉଛି ।

ଏଗଜିଟ ପୋଲ ରିପୋର୍ଟ କହୁଛି ରାଜସ୍ଥାନରେ ୧୯୯ ଆସନରୁ କଂଗ୍ରେସକୁ ମିଳିପାରେ ୯୦ରୁ ୧୦୦ ଆସନ । ବିଜେପି ୧୦୦ରୁ-୧୧୦ ସିଟ୍ ପାଇପାରିବ । ଅନ୍ୟମାନଙ୍କୁ ମିଳିପାରେ ୫ରୁ ୧୫ ସିଟ୍ ପାଇପାରନ୍ତି । ରାଜସ୍ଥାନରେ ପ୍ରତିଥର କ୍ଷମତା ବଦଳିବା ପରମ୍ପରା ରହିଛି । ସେପଟେ ଏଗଜିଟ ପୋଲ ମଧ୍ୟ ସେଭଳି କିଛି ଇସାରା ଦେଇଛି । ନିର୍ବାଚନ ଫଳ ଗେହଲଟଙ୍କ ପାଇଁ ଗୁଡନ୍ୟୁଜ ଆଣିବ ନା ଗେହଲଟଙ୍କୁ ଗୁଡବାୟ କହିବାକୁ ପଡିବ ସେକଥା ଡିସେମ୍ବର ୩ରେ ସ୍ପଷ୍ଟ ହେବ । ଅନ୍ୟପଟେ ବିଜେପି କହିଛି ୧୩୫ ଆସନରେ ଦଳ ବହୁମତ ସହ ରାଜସ୍ଥାନରେ ସରକାର ଗଠନ କରିବ ।

ସେହିପରି ଛତିଶଗଡ଼ରେ ୯୦ ଆସନରୁ କଂଗ୍ରେସ ୪୯, ବିଜେପି ୩୮ ଆସନ ପାଇବ ବୋଲି ସି-ଭୋଟର ସର୍ଭେରୁ ଜଣାପଡିଛି । କହିବାକୁ ଗଲେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବ । ରିପୋର୍ଟ କହୁଛି ଯଦିଓ କଂଗ୍ରେସ ଆଗରେ ରହିବ ତଥାପି ଗତଥର ତୁଳନାରେ କଂଗ୍ରେସର ଆସନ ସଂଖ୍ୟା କମ ରହିବ । କିନ୍ତୁ ବିଜେପି କହିଛି ଶେଷ ମୁହୁର୍ତରେ ଏଗଜିଟ ପୋଲର ଆକଳନ ବଦଳିବ ଓ ବିଜେପି ଛତିଶଗଡରେ ଗଡିବ ସରକାର ।

ରାଜସ୍ଥାନ, ଛତିଶଗଡ ପରେ ମଧ୍ୟପ୍ରଦେଶ ଉପରେ ଏଗଜିଟ ପୋଲ ରିପୋର୍ଟରେ ଯଦି ନଜର ପକାଇବା ତେବେ ଏଗଜିଟ ପୋଲ ରିପୋର୍ଟ ମୁତାବକ, ମଧ୍ୟପ୍ରଦେଶରେ ୨୩୦ ଆସନରୁ ବିଜେପି ୧୨୪ ଏବଂ କଂଗ୍ରେସ ୧୦୨ ପାଇବ । କହିବାକୁ ଗଲେ କଂଗ୍ରେସ ବିଜେପି ମଧ୍ୟରେ ହେବ କଡ଼ା ଟକ୍କର । କିନ୍ତୁ ଉଭୟଦଳ ମଧ୍ୟରେ ସିଧାସଲଖ କାଟେଂ କା ଟକ୍କର ହେବା ଏକ ପ୍ରକାର ଥୟ ।

ସବୁଠୁ ଅଧିକ ଆଶ୍ଚଯ୍ୟ କରିପାରେ ତେଲେଙ୍ଗାନା ଫଳାଫଳ । ତେଲେଙ୍ଗାନାରେ ୧୧୯ ଆସନରୁ କଂଗ୍ରେସ ୬୨ ବିଆରଏସ ୪୪ ଆସନ ପାଇବ ବୋଲି ସୂଚନା ମଳିଛି । ଦୁଇ ଦୁଇ ଥର ତେଲେଙ୍ଗାନକୁ କବଜା କରି ରଖିଥିବା ବିଆରଏସକୁ ସତରେ ଯଦି କଂଗ୍ରେସ ମାତ ଦେଇ କଂଗ୍ରେସ ସରକାର ଗଠନ କରିବ ତେବେ ଏହା ରାଜ୍ୟ ଇତିହାସରେ ପ୍ରଥମ ଘଟଣା ହେବ ।

ଇଏ ତ ଥିଲା ଏଗଜିଟ ପୋଲର କଥା । ଯଦି ଦଳମାନଙ୍କ ବର୍ତମାନ ସ୍ଥିତି, ଦାବି ଓ ରାଜ୍ୟଗୁଡିକ ପୂର୍ବ ନିର୍ବାଚନ ଓ ଉପରେ ନଜର ପକାଇବା ତେବେ କିଛି ଭିନ୍ନ ଚିତ୍ର ସାମ୍ନାକୁ ଆସିପାରେ । ବିଜେପିର ଦାବି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ସରକାର ଗଢ଼ିବ । କଂଗ୍ରେସର ଦାବି ୪ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରିବ କ୍ଷମତା ହାତେଇବ । ଅପେକ୍ଷା ଡିସେମ୍ବର ୩କୁ