ବିହାରରେ ଜେଲ ଭାଙ୍ଗି କଏଦୀ ଫେରାର : ବକ୍ସର ସେଂଟ୍ରାଲ ଜେଲରୁ ବିଳମ୍ବିତ ରାତିରେ ଫେରାର ହେଲେ ୫ କଏଦୀ

51

କନକ ବ୍ୟୁରୋ : ବିହାରରେ ଜେଲ ଭାଙ୍ଗି କଏଦୀ ଫେରାର । ବକ୍ସର ସେଂଟ୍ରାଲ ଜେଲରୁ ଫେରାର ହୋଇଛନ୍ତି ୫ କଏଦୀ । ବିଳମ୍ବିତ ରାତିରେ ଏହି କଏଦୀମାନେ ଫେରାର ହୋଇଥିବା ସୂଚନା ମିଳିଛି । ଫେରାର କଏଦୀମାନେ ହେଲେ ପ୍ରଦୀପ ସିଂ, ମୋତିହାରି ଦେଓଧରି ରାୟ, ଚପ୍ରାସୋନୁ ପାଣ୍ଡେ, ଆରାଉପେନ୍ଦ୍ର ଶାହ ଓ ଆରାସୋନୁ ସିଂ ।

ଏମାନେ ସମସ୍ତେ ହାର୍ଡକୋର ଅପରାଧୀ ହୋଇଥିବା ବେଳେ ଜେଲର ହସ୍ପିଟାଲ ୱାର୍ଡରେ ଚିକିତ୍ସିତ ହେଉଥିଲେ । ଜେଲର ସୁରକ୍ଷାବଳୟ ଭେଦ କରି କିପରି ଏହି କଏଦୀମାନେ ଫେରାର ହେବାରେ ସକ୍ଷମ ହେଲେ ସେ ନେଇ ପୁଲିସର ତନାଘନା ଜାରି ରହିଛି ।