କନକ ବ୍ୟୁରୋ : ମିଳିଲା ମୁକ୍ତିର ଆନନ୍ଦ । ଘରକୁ ଫେରୁଛନ୍ତି ଦୁବାଇରେ ଫସିଥିବା ୫ ଓଡ଼ିଆ । ଆଜି ସକାଳ ୯ଟା୧୫ରେ ଭୁବନେଶ୍ୱରରେ ପହଂଚିବାର ସମ୍ବାବନା ରହିଛି । ଗତ ସଂଧ୍ୟାରେ ସମସ୍ତେ ଦୁବାଇରୁ ବିମାନରେ ଯାତ୍ରା ଆରମ୍ଭ କରଥିଲେ । ପରେ ଦିଲ୍ଲୀରୁ ଓଡିଶା ପାଇଁ ଯାତ୍ରା କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଦୁବାଇରେ ଥିବା ପ୍ରବାସୀ ଓଡିଆ ସଂଗଠନ ସେମାନଙ୍କୁ ଘରକୁ ଫେରାଇବା ନେଇ ତତ୍ପରତା ଦେଖାଇଥିଲେ । ଓଡିଶା ଫେରିବାକୁ ଆବଶ୍ୟକ ଟିକେଟର ବନ୍ଦୋବସ୍ତ କରିଥିଲେ । ଏହାପରେ ଦୁବାଇରେ ଫସିଥିବା ଓଡିଆଙ୍କ ଘରକୁ ଫେରିବା ବାଟ ଫିଟିଥିଲା । କାମ କରିବାକୁ ଯାଇ ଦୁବାଇରେ ଫସିଥିଲେ ଗଂଜାମ ଜିଲ୍ଲା ଖଲିକୋଟ ଓ ଖୋର୍ଦ୍ଧା ଅଂଚଳର ୫ଜଣ ଓଡିଆ ।
କାମ କରୁଥିବା କମ୍ପାନୀ କର୍ତୃପକ୍ଷ ସେମାନଙ୍କ ଦରମା ଟଂକା ନଦେବା ସହ ପାସପୋର୍ଟ ନେଇଯାଇଥିଲେ । ଏହାପରେ ଭୋକ ଉପାସରେ ଦିନ କାଟୁଥିଲେ ଓଡିଆ ଯୁବକ। ତେବେ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସହାୟତାର ହାତ ବଢ଼ାଇଥିଲେ ପ୍ରବାସୀ ଓଡିଆ । ଦୁବାଇରେ ଥିବା ପ୍ରବାସୀ ଓଡିଆ ମାନେ ଏହି ଓଡ଼ିଆ ଯୁବକଙ୍କ ଫେରିବାର ବ୍ୟବସ୍ଥା କରିଥିଲେ । ଭାରତ ଫେରିବା ପାଇଁ ଯୁବକମାନଙ୍କ ଟିକେଟ ଖର୍ଚ୍ଚ ବହନ କରିବା ସହ ଫେରିବାର ବନ୍ଦୋବସ୍ତ କରିିଥିଲେ । ଏବେ ସରିଛି ଅପେକ୍ଷା । ଘରକୁ ଫେରୁଛନ୍ତି ଓଡିଆ ।