ଭୟଙ୍କର, ବିଭତ୍ସ, ଅମାନୁଷିକ: ଶାବଳରେ ୪ ଜଣଙ୍କୁ ନିର୍ମମ ହତ୍ୟା, ଜମି ବିବାଦରୁ ପରିବାର ଛାରଖାର

746

କନକ ବ୍ୟୁରୋ: ବରଗଡ଼ ଜିଲ୍ଲା ଝିକିଝିକି ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ, ଯାହାର ଚିତ୍ର ନାଁ ଆଖିରେ ଦେଖି ହେଉଛି, ନା’ ଦେଖାଇ ହେଉଛି । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରକୁ ନିଶ୍ଚିହ୍ନ କରି ଦେଇଛି କାକା । ଶୋଇଥିବା ବେଳେ ଲୁହା ରଡ଼ ଆକ୍ରମଣ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି ।

ଗୁରୁଦେବ ବାଗ, ବୟସ-୫୫
ଶିବାନ୍ଦୀ ବାଗ, ବୟସ-୪୮
ଚୁଡ଼ାମଣୀ ବାଗ, ବୟସ-୧୫
ଶ୍ରାବଣୀ ବାଗ, ବୟସ-୧୦

ଜମିଜମାକୁ ନେଇ ଗୁରୁଦେବଙ୍କ ସହ ତାଙ୍କର କାକା ଶିବଙ୍କର ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା । ଗତକାଲି ସନ୍ଧ୍ୟାରେ ଉଭୟ ପରିବାର ମଧ୍ୟ ପୁଣି ଝଗଡ଼ା ହୋଇଥିଲା । ଏଥିରେ ଉତ୍କ୍ଷୀପ୍ତ ହୋଇ, ରାତିରେ ସମସ୍ତେ ଶୋଇଥିବା ବେଳେ ଶିବ ବାଗ ସମସ୍ତଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଆଜି ସକାଳେ ରକ୍ତଜୁଡ଼ୁବୁଗୁଡ଼ୁ ଅବସ୍ଥାରେ ୪ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ବାସିନ୍ଦା । ଘଟଣାସ୍ଥଳରେ ପୁଲିସ ପହଂଚିଛି ଅଭିଯୁକ୍ତ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି । ଜମିଜମା ବିବାଦ ବେଳେବେଳେ କେମିତି ସମ୍ପର୍କକୁ ଚିହ୍ନିପାରେନି । ରକ୍ତର ସମ୍ପର୍କିୀୟଙ୍କୁ ହତ୍ୟା କରିବାକୁ ପଛାଏ ନାହିଁ, ବରଗଡ଼ରୁ ଆସିଥିବା ଏହି ଘଟଣା ତାହା ପ୍ରମାଣିତ କରୁଛି ।