୨ହଜାର ଟଙ୍କିଆ ନୋଟ୍ ବଦଳାଇବା ଆରମ୍ଭ: ପ୍ରଥମ ଦିନରେ ନୋଟ୍ ବଦଳାଇଲେ ଲୋକ

806

କନକ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଅନୁସାରରେ ଆରମ୍ଭ ହୋଇଛି ୨ହଜାର ଟଙ୍କିଆ ନୋଟ୍ ବଦଳାଇବା ପ୍ରକ୍ରିୟା । ଯେଉଁମାନେ ପାଖରେ ୨ହଜାର ଟଙ୍କିଆ ନୋଟ ରଖିଥିଲେ ସେମାନେ ପ୍ରଥମ ଦିନରେ ବ୍ୟାଙ୍କକୁ ଆସି ବଦଳାଉଥିବା ଦେଖିବାକୁ ମିଳିଛି । ନୋଟ ବଦଳାଇବା ଅବଧି ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ରହିଥିଲେ ବି ପ୍ରଥମ ଦିନରୁ ଲୋକେ ୨ହଜାର ଟଙ୍କିଆ ନୋଟ ବଦଳାଉଥିବା ଦେଖିବାକୁ ମିଳିଛି । ଗ୍ରାହକମାନେ କେମିତି ସୁବିଧାରେ ନୋଟ୍ ବଦଳାଇ ପାରିବେ ସେଥିପାଇଁ ବ୍ୟାଙ୍କ ପକ୍ଷରୁ ସମସ୍ତ ଶାଖାରେ ବ୍ୟବସ୍ଥା କରାଯାଇଛି ।

ନିୟମ ଅନୁସାରେ ଜଣେ ବ୍ୟକ୍ତି ଏକାଥରକେ ୨୦ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କରେ ନୋଟ ବଦଳାଉଛନ୍ତି । ସେହିପରି ବ୍ୟାଙ୍କ ଆକାଉଂଟରେ ୨ହଜାର ଟଙ୍କିଆ ନୋଟ୍ ଜମା ମଧ୍ୟ କରିବା ପାଇଁ କୌଣସି ଲିମିଟ୍ ନଥିବା କହିଛନ୍ତି ବ୍ୟାଙ୍କ କର୍ତୃପକ୍ଷ । ବ୍ୟାଙ୍କରେ ୨ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ କୌଣସି ଫର୍ମ ପୂରଣ କରିବାକୁ ପଡୁ ନାହିଁ । କିନ୍ତୁ ୫୦ହଜାର ଟଙ୍କାରୁୁ ଅଧିକ ୨ହଜାର ଟଙ୍କିଆ ନୋଟ ବଦଳାଇଲେ ପାନକାର୍ଡ ତଥ୍ୟ ଦେବାକୁ ପଡୁଛି ।

ଓଡିଶାରେ ୨ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ସେଭଳି ଭିଡ ଦେଖାଯାଇନଥିଲେ ବି, ଦିଲ୍ଲୀ ଭଳି ସହରରେ ଭିଡ ଦେଖିବାକୁ ମିଳିଛି । ତେବେ ନୋଟ ବଦଳାଇବା ଅବଧି ୪ମାସ ଥିବାରୁ ଲୋକଙ୍କୁ ବ୍ୟାଙ୍କରେ ଭିଡ ନକରିବାକୁ ଆରବିଆଇ ପକ୍ଷରୁ କୁହାଯାଇଛି ।