ଆନ୍ଦୋଳନରେ ନର୍ସ ସଂଘ ! ଠିକା ନିଯୁକ୍ତି ଉଚ୍ଛେଦ ଦାବିରେ ଲୋୟର ପିଏମଜିରେ ଧାରଣା

25

କନକ ବ୍ୟୁରୋ: ଡାକ୍ତରଖାନାରେ ରୋଗୀ ସେବା ବାଧାପ୍ରାପ୍ତ । କାରଣ, ଧାରଣାରେ ବସିଛନ୍ତି ନର୍ସ । ବିଭିନ୍ନ ଦାବି ନେଇ ନର୍ସ ସଂଘ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଡାକ୍ତରଖାନାରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି । ୭ ଦଫା ଦାବି ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଛି ନର୍ସ ସଂଘ । ଫଳରେ ରାଜ୍ୟବ୍ୟାପୀ ବିଭିନ୍ନ ଡାକ୍ତରଖାନାରେ ନର୍ସିଂ ସେବା ବାଧ୍ୟାପ୍ରାପ୍ତ ହୋଇଛି ।

ସଂଘର ଦାବି ମଧ୍ୟରେ ରହିଛି, ଷ୍ଟାଫ୍ ନର୍ସଙ୍କୁ ୬ବର୍ଷ ପରେ ନିୟମିତ କରିବା, ସମାନ କାମକୁ ସମାନ ଦରମା ପ୍ରଦାନ, ଠିକ୍ ସମୟରେ ପଦୋନ୍ନତି, ୨୦୧୩ ମସିହା ଆରଏସିପିକୁ କାର୍ଯ୍ୟକାରୀ କରିବା, କାର୍ଯ୍ୟରେ ଥିବା ସମୟରେ ସୁରକ୍ଷା ଯୋଗାଇ ଦେବା, କ୍ୟାମ୍ପସରେ ଘରଭଡ଼ା ଯୋଗାଇବା ଓ ନର୍ସିଂ ସେବାରେ ଠିକା ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

ଡାକ୍ତରଖାନାର ଛାଡି ନର୍ସମାନେ ରାଜରାସ୍ତାରେ ବସିଥିବା ବେଳେ ରୋଗୀ ସେବା ପ୍ରଭାବିତ ହୋଇଛି । ସେପଟେ ଏହି ଆନ୍ଦୋଳନକୁ ସମର୍ଥନ କରି ଏସସିବି ନର୍ସମାନେ ଧାରଣାରେ ବସିଛନ୍ତି । ଫଳରେ କଟକ ବଡ ମେଡିକାଲରେ ରୋଗୀ ବାଧାପ୍ରାପ୍ତ ହୋଇଛି । ଡାକ୍ତରଖାନାରେ ଡାକ୍ତରଙ୍କ ଭୂମିକା ଭଳି ନର୍ସ ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ।