ସିସୋର ଚିଟଫଣ୍ଡ ଠକେଇ ମାମଲା ! କଂପାନୀ ସିଏମଡି ପ୍ରଶାନ୍ତ ଦାସଙ୍କୁ ମିଳିଲା ସର୍ତମୂଳକ ଜାମିନି

21

କନକ ବ୍ୟୁରୋ: ସିସୋର ଚିଟଫଣ୍ଡ କମ୍ପାନୀ ସିଏମଡି ପ୍ରଶାନ୍ତ ଦାସଙ୍କୁ ମିଳିଲା ଜାମିନି । ତିନୋଟି ମାମଲାରେ ସର୍ତମୂଳକ ଜାମିନି ଦେଇଛନ୍ତି କଟକ ହାଇକୋର୍ଟ । ଯାଜପୁର, ନବରଙ୍ଗପୁର ଓ ଟିଟିଲାଗଡ ଥାନାରେ ଥିବା ମାମଲାରେ ତାଙ୍କୁ ଜାମିନି ମିଳିଛି । ପ୍ରଶାନ୍ତ ଦାସଙ୍କୁ ମେ ମାସରେ କୋରାପୁଟ୍, ଜୟପୁର, ସେମିଳିଗୁଡା, ଥାନା ମାମଲାରେ ହାଇକୋର୍ଟ ଜାମିନି ଦେଇଥିଲେ ।

ପ୍ରଶାନ୍ତ ଚିଟଫଣ୍ଡ ଠକେଇ ମାମଲାରେ ୨୦୧୩ରୁ ଜେଲରେ ଅଛନ୍ତି । କ୍ରାଇମ ବ୍ରାଂଚର ଅର୍ଥନୈତିକ ଅପରାଧିକ ଶାଖା ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି ପ୍ରଶାନ୍ତ ଦାସ । ପ୍ରଶାନ୍ତଙ୍କ ନାଁରେ ପ୍ରଲୋଭନ ଦେଖାଇ ବିଭିନ୍ନ ସ୍କିମରେ ୫୦୦କୋଟିରୁ ଉର୍ଦ୍ଧ ଟଙ୍କା ହଡପ କରିଥିବା ଅଭିଯୋଗ ରହିଛି ।