ଗୁଜରାଟ ଅହମଦାବାଦରେ ମୃତ୍ୟୁର ତାଣ୍ଡବ: ବିଷାକ୍ତ ମଦ ପିଇ ଗଲାଣି ୩୦ରୁ ଅଧିକ ଜୀବନ

139

କନକ ବ୍ୟୁରୋ: ଗୁଜରାଟରେ ଚାଲିଛି ମୃତ୍ୟୁର ତାଣ୍ଡବ । ମଦ ପାଉଚରେ ବିକ୍ରି ହେଉଛି କେମିକାଲ । ବିଷାକ୍ତ ମଦ ପିଇ ଗଲାଣୀ ୩୦ରୁ ଅଧିକ ଲୋକଙ୍କ ଜୀବନ । ଏହି ସମ୍ପେଦନଶୀଳ ଘଟଣା ଅହମଦାବାଦ ଭାବନଗରର । ରବିବାର ୬୦ରୁ ଅଧିକ ଲୋକ ଏକ ନିଦ୍ଧିଷ୍ଟ ଦୋକାନରୁ ଶସ୍ତାରେ ମଦ କିଣି ପିଇବା ପରେ ହଠାତ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ଏବେ ସୁଦ୍ଧାର ୩୦ରୁ ଅଧିକ ଲୋକଙ୍କ ଜୀବନ ଯିବା ସହ ୪୦ରୁ ଅଧିକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଘଟଣାକୁ ନେଇ ଆକ୍ସନ ମୋଡରେ ଆସିିଛି ଅହମଦାବାଦ ସ୍ଥାନୀୟ ପ୍ରଶାସନ । ମାମଲାର ତଦନ୍ତ ପାଇଁ ଅହମଦାବାଦ ପୁଲିସର ଏସଆଇଟି ଟିମ ଗଠନ କରାଯାଇଛି । ଅନ୍ୟପଟେ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କୁ କାଉଁଟର କରିବା ପାଇଁ ବିରୋଧୀଙ୍କୁ ଖୋରାକ ମିଳିଛି । ମଙ୍ଗଳବାର ସଂସଦ ଭବନ ପରିସରରେ ଆମ ଆଦମୀ ପାର୍ଟିର ସାଂସଦ ବିକ୍ଷୋଭ କରିଛନ୍ତି । ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦଳର ମୁଖିଆ ଅରବିନ୍ଦ କେଜ୍ରିୱାଲ ।

ମାମଲାର ପ୍ରାଥମିକ ତଦନ୍ତରେ ଏକ ଚାଂଚଲ୍ୟକର ଖୁଲ୍ଲାସା ମଧ୍ୟ ସାମ୍ନାକୁ ଆସିଛି । ମଦ ସହ କିଛି କେମିକାଲ ମିଶାଇ ପାଉଚ ଆକାରରେ ବିକ୍ରି କରାଯାଉଥିଲା । ପ୍ରତି ପ୍ୟାକେଟ ପିଛା ଦାମ ୪୦ ଟଙ୍କା ରହିଥିବା ଯୋଗୁଁ ଏହାର ବିକ୍ରି ମଧ୍ୟ ବେଶ ଅଧିକ ହୋଇଥିଲା । ପୁଲିସ ମଦ କାରଖାନାକୁ ସିଲ କରିବା ସହ କିଛି ଅଭିଯୁକ୍ତଙ୍କୁ ଗିରଫ କରିଛି ।