ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ପରେ ସୁବ୍ରମଣ୍ୟନ ସ୍ୱାମୀଙ୍କ ପ୍ରତିକ୍ରିୟା । କହିଲେ, ବିବାଦ ଓ ଧାର୍ମିକ ପ୍ରସଙ୍ଗରୁ ଦୂରେଇ ରୁହନ୍ତୁ ସରକାର
କନକ ବ୍ୟୁରୋ : ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଜାରି ରହିଥିବାବେଳେ ପୁରୀରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ବିଜେପିର ବରିଷ୍ଠ ନେତା ତଥା ବରି୍ଷ୍ଠ ଆଇନଜୀବୀ ସୁବ୍ରମଣ୍ୟନ ସ୍ୱାମୀ । ତେବେ ପ୍ରକଳ୍ପ ନେଇ ମୁହଁ ଖୋଲିଲେନି ବିଜେପି ନେତା । କହିଛନ୍ତି, ଏ ବାବଦରେ ସେ ନବୀନଙ୍କ ସହ ଆଲୋଚନା କରିବେ । ଯେଉଁଠି ଆର୍ଥିକ ଗଡବଡ ହେଉଛି , ସେଠାରେ ସରକାର ସାମୟିକ ଭାବେ ହସ୍ତକ୍ଷେପ କରିବା ଉଚିତ ।
ସୁବ୍ରମଣ୍ୟନ ସ୍ୱାମୀ ପରିବାର ସଦସ୍ୟଙ୍କ ସହ ଆସି ଗୋବର୍ଧନ ପଠୀରେ ପହଞ୍ଚି ସେ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଇଛନ୍ତି । ବିଭିନ୍ନ ଧାର୍ମିକ ଓ ରାଜନୈିକ ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଶଙ୍କାରାଚାର୍ଯ୍ୟଙ୍କୁ କେରଳ ଆସିବାକୁ ଆମନ୍ତ୍ରଣ କରିବାକୁ ପୁରୀ ଆସିଥିଲେ ବୋଲି କହିଛନ୍ତି ସୁବ୍ରମଣ୍ୟନ ସ୍ୱାମୀ । ସ୍ୱାମୀ ନିଶ୍ଚିଳାନନ୍ଦ ସରସ୍ୱତୀ କହିଛନ୍ତି ମଠ, ମନ୍ଦିର ଧର୍ମାଚାର୍ଯ୍ୟଙ୍କ ଦ୍ୱାରା ସଞ୍ଚାଳିତ ହେବା ଦରକାର ।