ପୁଲୱାମାରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିପାତ

107

କନକ ବ୍ୟୁରୋ: ପୁଲୱାମାର ଡ୍ରାବଗାମ ଅଞ୍ଚଳରେ ଘଟିଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସେମାନଙ୍କ ଠାରୁ ବ୍ୟାପକ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ସମେତ ଅପରାଧିକ ସାମଗ୍ରୀ ଉଦ୍ଧାର କରାଯାଇଛି। ଏହି ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀଙ୍କ ପରିଚୟ ଜୁନୈଦ ଶିରଗୋଜରୀ ବୋଲି ଜଣାପଡିଛି ।

ନିହତ ଆତଙ୍କବାଦୀମାନେ ଆତଙ୍କବାଦୀ ସଂଗଠନ ଏଲଇଟି ବୋଲି ଜଣାପଡିଛି । ପରିଚୟ ମିଳିଥିବା ଆତଙ୍କବାଦୀ ଜୁନେଦ ଶିରଗୋଜରୀ ମେ ୧୩ ରେ ପୋଲିସ କର୍ମୀ ସହିଦ ରେୟାଜ ଅହମ୍ମଦଙ୍କୁ ହତ୍ୟା କରିବାରେ ଜଡିତ ଥିଲା ବୋଲି କାଶ୍ମୀରର ପୋଲିସ ମହାନିରୀକ୍ଷକ (ଆଇଜିପି) କହିଛନ୍ତି।

ଏହା ପୂର୍ବରୁ ପୁଲୱାମାର ଡ୍ରାବଗାମ ଅଞ୍ଚଳରେ ଏନକାଉଣ୍ଟରରେ ଜାମ୍ମୁ କାଶ୍ମୀର ପୋଲିସ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା । ସନ୍ଧ୍ୟା ପ୍ରାୟ ୬.୫୫ ରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା ଏବଂ କାଶ୍ମୀର ଜୋନ୍ ପୋଲିସ ଏକ ଟ୍ୱିଟ୍ ରେ ଏହା ବିଷୟରେ ସୂଚନା ଦେଇଛି।