Monthly Archives

June 2024

କାଲିଠୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ପ୍ରତି ସୋମବାର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

କନକବ୍ୟୁରୋ: ଜୁଲାଇ ୧ ତାରିଖରୁ ଅଭିଯୋଗ ପ୍ରକୋଷ୍ଟରେ କରିବେ ଶୁଣାଣି । ଏହି ସମୟରେ ମୁଖ୍ୟମନ୍ତ୍ରୀ କେଉଁଠି ବସିବେ, କେଉଁ ସ୍ଥାନରେ ଲୋକଙ୍କ ଅଭିଯୋଗ ଶୁଣିବେ, ସେ ନେଇ ସ୍ଥିତି ପରଖିଥିଲେ ସାଧାରଣ ପ୍ରଶାସନ ବିଭାଗ ସଚିବ ସୁରେନ୍ଦ୍ର କୁମାର । ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବ୍ୟାରିକେଡ୍…

ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଲେ ରବୀନ୍ଦ୍ର ଜାଡେଜା । ସୋସିଆଲ ମିଡ଼ିଆ ଯୋଗେ ଦେଲେ ସୂଚନା ।

କନକ ବ୍ୟୁରୋ : ରୋହିତ ଓ କୋହଲିଙ୍କ ପରେ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଲେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଟି-୨୦ରୁ ଅବସର ନେଇ ଜାଡେଜା ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଟି-୨୦ ଫର୍ମାଟରେ ଜାଡେଜା ୨୦୦୯ରେ ଡେବ୍ୟୁ କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ…

ଦୁର୍ଘଟଣାରେ ପ୍ରାଣ ହରାଇଲେ ଟ୍ରାଫିକ କର୍ମଚାରୀ ,ଭୁବନେଶ୍ୱର ଡିସିପି ଦେଲେ ଗାର୍ଡ ଅଫ ଅନର ।

କନକବ୍ୟୁରୋ: ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟ୍ରାଫିକ କର୍ମଚାରୀଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର । ଗାର୍ଡ ଅଫ୍ ଅନର ଦେଇଛନ୍ତି ଭୁବନେଶ୍ୱର ଡିସିପି । ଏହି ଅବସରରେ ମୃତ ଟ୍ରାଫିକ କର୍ମଚାରୀଙ୍କ ପତ୍ନୀଙ୍କ ସହ ବାପା ଓ ଭାଇ ଉପସ୍ଥିତ ଥିଲେ । ରବିବାର ରାତିରେ ନୟାପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ…

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ମନୋଜ ଆହୁଜା । ଲୋକସେବା ଭବନରେ ଦାୟିତ୍ୱ ଗ୍ରହଣ

କନକ ବ୍ୟୁରୋ : ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଆଜି ମନୋଜ ଆହୁଜା ଦାୟିତ୍ୱ ଗ୍ରହଣ କରିଛନ୍ତି । ଲୋକସେବା ଭବନ ପରିସରରେ ସେ ଦାୟିତ୍ୱଗ୍ରହଣ କରିଛନ୍ତି । ସେ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଠାରୁ ଦାୟିତ୍ୱ ନେଇଛନ୍ତି । ଜଣେ ଅଣ ଓଡିଆ ମୁଖ୍ୟ ଶାସନ ସଚିବ ଭାବେ ସେ…

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦମ୍ଭୋକ୍ତି କହିଲେ,ପ୍ରତିଟି ପ୍ରତିଶ୍ରୁତି ପାଳନ କରିବ ବିଜେପି ସରକାର । ସେପଟେ ଏ…

କନକବ୍ୟୁରୋ:ସେପ୍ଟେମ୍ବର ୧୭ରୁ ରାଜ୍ୟରେ ଆରମ୍ଭ ହେବ ସୁଭଦ୍ରା ଯୋଜନା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ସେଫ୍ଟେମ୍ବର ୧୭ । ସେହିଦିନ ଏହି ଯୋଜନାର ଶୁଭାରମ୍ଭ କରାଯିବ । ନିର୍ବାଚନ ପ୍ରଚାର ବେଳେ ବିଜେପି ନିଜ ସଂକଳ୍ପ ପତ୍ରରେ ସୁଭଦ୍ରା ଯୋଜନା ନେଇ ପ୍ରତିଶ୍ରୁତି ଦେଇଥିଲା,ଏବଂ ଯାହା ସବୁ…

ସୁସ୍ଥ ହେବାକୁ ଯାଇଥିଲେ ଡାକ୍ତରଖାନା । ହେଲେ ଭୁଲ ଇଂଜେକ୍ସନ କାରଣରୁ ଚାଲିଗଲା ଜୀବନ

କନକ ବ୍ୟୁରୋ : ସୁସ୍ଥ ହେବାକୁ ଡାକ୍ତରଖାନା ଯାଇଥିଲେ । ହେଲେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ସୁସ୍ଥ ହେବା ବଦଳରେ ସବୁ ଦିନ ପାଇଁ ଆଖି ବୁଝିଦେଇଛନ୍ତି ମହିଳା । ଡାକ୍ତରଖାନାରେ କାନ୍ଦବୋବାଳି ପଡିଛି । ଭୁଲ ଇଂଜେକ୍ସନ୍ ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ…