Daily Archives

July 7, 2019

ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା: ପାଣିପାଗ କେନ୍ଦ୍ରର ସୂଚନା; ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ…

କନକ ବ୍ୟୁରୋ: ବିହାରର ପଶ୍ଚିମ ଭାଗ ଏବଂ ଦକ୍ଷିଣ ଛତିଶଗଡ ଉପରେ ଥିବା ଘୂର୍ଣ୍ଣିବଳୟ ସ୍ଥଳଭାଗରେ ଲଘୁଚାପରେ ପରିଣତ ହୋଇଛି । ଏହାସହ ଉତର ପଶ୍ଚିମ ରାଜସ୍ଥାନରୁ ଉତର ପୂର୍ବ ବଙ୍ଗୋପସାଗ ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ସାରା ଓଡିଶାରେ ବର୍ଷା ଜାରି ରହିଛି । ହେଲେ…

ବିଜେପିରେ ମିଶିଲେ ସପନା ଚୌଧୁରୀ । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀଙ୍କ ଉପସ୍ଥିିତିରେ ପଦ୍ମ ଧରିଲେ ହରିୟାଣାର…

କନକ ବ୍ୟୁରୋ : ବିଜେପିରେ ମିଶିଲେ ସପନା ଚୌଧୁରୀ । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀଙ୍କ ଉପସ୍ଥିିତିରେ ସପନାଙ୍କୁ ଦଳର ମିଶାଇଲେ ବରିଷ୍ଠ ବିଜେପି ନେତା ଶିବରାଜସିଂ ଚୌହ୍ୱାନ । ହରିୟାଣାର ଏହି ଲୋକପ୍ରିୟ ଡ୍ୟାନ୍ସର ଲୋକସଭା ନିର୍ବାଚନ ପୂର୍ବରୁ ଯୋଗଦେବା ନେଇ ଜୋର ଧରିଥିଲା ଚର୍ଚ୍ଚା ।…

ସଙ୍କଟରେ କର୍ଣ୍ଣାଟକ ସରକାର: ୧୧ ବିଧାୟକଙ୍କ ଇସ୍ତଫା ପରେ ହଇଚଇ, ଆଜି ସଂଧ୍ୟାରେ ଜେଡିଏସର ବିଧାୟକ ଦଳ ବୈଠକ

କନକ ବ୍ୟୁରୋ: କର୍ଣ୍ଣାଟକରେ ବଡ ରାଜନୈତିକ ସଂକଟ । କଂଗ୍ରେସ ଓ ଜେଡିଏସ ମେଂଟର ୧୧ ଜଣ ବିଧାୟକ ବାଚସ୍ପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ଫଳରେ ମେଂଟ ସରକାର ସଂଖ୍ୟା ଗରିଷ୍ଠତା ହରାଇବାର ଆଶଙ୍କା ବଢି ଯାଇଛି । ପୂର୍ବରୁ ୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିବା ବେଳେ ଜଣେ ବହିଷ୍କାର…

ଚୀନର ଅଜବ ନିୟମ: ଏଣିକି ସାର୍ବଜନୀନ ସ୍ଥାନରେ ପୋଷାକ ଖୋଲିଲେ ମିଳିବ ଦଣ୍ଡ…ଦେବାକୁ ପଡିବ ଜରିମାନା

ନିଜର ଅଜବ ନିୟମ କାନୁନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ ଚୀନ । କଠୋର ନିୟମ ଏବଂ କଡା ସୁରକ୍ଷା ବ୍ୟବସ୍ଥାକୁ ନେଇ ସବୁଠାରୁ ଖତରନାକ ଦେଶ ଭାବରେ ପରିଗଣିତ ଚୀନ । ବର୍ତ୍ତମାନ ପୁଣି ଏକ ଅଜବ ନିୟମକୁ ନେଇ ଚର୍ଚ୍ଚାରେ ଆସିଛି ଏହି ପଡୋଶୀ ଦେଶ । ଚୀନରେ ଯଦି କୌଣସି ବ୍ୟକ୍ତି ସାର୍ବଜନୀକ…

ଘୋଷ ଯାତ୍ରା ପରେ ଏବେ ବାହୁଡା ପାଇଁ ପ୍ରସ୍ତୁତି ! ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ

କନକ ବ୍ୟୁରୋ : ଆସନ୍ତା ବାହୁଡା ଯାତ୍ରାକୁ ନଜରରେ ରଖି ରେଳ ମନ୍ତ୍ରଣାଳ ପକ୍ଷରୁ ୧୯୪ଟି ସ୍ୱତନ୍ତ୍ର ଟ୍ରେନ ଚଳାଯିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ଅନୁରୋଧ ପରେ ବାରିପଦା-ପୁରୀ ମଧ୍ୟରେ ଆଉ ଏକ ଟ୍ରେନ ଚଳାଯିବାକୁ…

ପାଣି ପାଇଁ ରାସ୍ତାରୋକ: ନୀଳଗିରି ବୋଗୀଶିଳା ପଞ୍ଚାୟତରେ ବର୍ଷା ଦିନରେ ବି ପିଇବା ପାଣିର ସମସ୍ୟା

କନକ ବ୍ୟୁରୋ: ବର୍ଷା ଦିନେ ପାଣି ପାଇଁ ରାସ୍ତାରୋକ । ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଲକରେ । ନୀଳଗିରି ବ୍ଲକ ବୋଗୀଶିଳା ପଂଚାୟତର ହରିଜନ ସାହି ଓ ଓଡିଆ ସାହିର ପାନୀୟ ଜଳ ସମସ୍ୟା ଦୀର୍ଘଦିନରୁ ରହିଆସିଛି । ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରିନାହଁ ।…