ପାଣି ପାଇଁ ରାସ୍ତାରୋକ: ନୀଳଗିରି ବୋଗୀଶିଳା ପଞ୍ଚାୟତରେ ବର୍ଷା ଦିନରେ ବି ପିଇବା ପାଣିର ସମସ୍ୟା

ବାଲଟି-ଗରା ଧରି ମହିଳାଙ୍କ ରାସ୍ତା ଅବରୋଧ

79

କନକ ବ୍ୟୁରୋ: ବର୍ଷା ଦିନେ ପାଣି ପାଇଁ ରାସ୍ତାରୋକ । ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଲକରେ । ନୀଳଗିରି ବ୍ଲକ ବୋଗୀଶିଳା ପଂଚାୟତର ହରିଜନ ସାହି ଓ ଓଡିଆ ସାହିର ପାନୀୟ ଜଳ ସମସ୍ୟା ଦୀର୍ଘଦିନରୁ ରହିଆସିଛି । ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରିନାହଁ ।

ଏନେଇ ପ୍ରଶାସନ ପାଖରେ ବାରମ୍ବାର ଜଣାଇଥିଲେ ବି କୌଣସି ସୁଫଳ ପାଇପାରିନାହାନ୍ତି ଗ୍ରାମବାସୀ । ଫଳରେ ଆଜି ମହିଳା ମାନେ ହାତରେ ଗରା, ବାଲ୍ଟି ଧରି ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ନୀଳଗିରି ଆଇଆଇସି ନଳିତା ମୋଦି ପହଂଚି ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଦିଆଯିବ ବୋଲି ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ହଟିଥିଲା ।