ଚୀନର ଅଜବ ନିୟମ: ଏଣିକି ସାର୍ବଜନୀନ ସ୍ଥାନରେ ପୋଷାକ ଖୋଲିଲେ ମିଳିବ ଦଣ୍ଡ…ଦେବାକୁ ପଡିବ ଜରିମାନା

270

ନିଜର ଅଜବ ନିୟମ କାନୁନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ ଚୀନ । କଠୋର ନିୟମ ଏବଂ କଡା ସୁରକ୍ଷା ବ୍ୟବସ୍ଥାକୁ ନେଇ ସବୁଠାରୁ ଖତରନାକ ଦେଶ ଭାବରେ ପରିଗଣିତ ଚୀନ । ବର୍ତ୍ତମାନ ପୁଣି ଏକ ଅଜବ ନିୟମକୁ ନେଇ ଚର୍ଚ୍ଚାରେ ଆସିଛି ଏହି ପଡୋଶୀ ଦେଶ । ଚୀନରେ ଯଦି କୌଣସି ବ୍ୟକ୍ତି ସାର୍ବଜନୀକ ସ୍ଥାନରେ ପୋଷାକ ଓହ୍ଲାନ୍ତି ତେବେ ଏଥିପାଇଁ ତାଙ୍କୁ ଜରିମାନା ଭରିବାକୁ ପଡିବ ।

ଚୀନର ସେନଡଗ୍ନ ନାମକ ଇଲାକାରେ ଲାଗୁ ହୋଇଛି ଏଭଳି ଅଜବ ନିୟମ । ଏହି ନିୟମ ଅନୁସାରେ, ସାର୍ବଜନୀକ ସ୍ଥାନରେ ଡ୍ରେସ୍ ଖୋଲିଲେ ଜରିମାନା ଦେବାକୁ ପଡିବ । ଯାହାକି ସମୁଦ୍ରରେ ମସ୍ତି କରୁଥିବା ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଯାଇଛି । ସେହିଭଳି ସୁଇମିଂ ପୁଲରେ ଅଧିକାଂଶ ଲୋକେ ପୋଷାକ କାଢି ସୁଇମିଂର ଆନନ୍ଦ ଉଠାଇଥାନ୍ତି ହେଲେ ଏଭଳି ନିୟମ ଲାଗୁ ହେବା ଦ୍ୱାରା ଚୀନର ଲୋକେ ଏବେ ଆଉ ଏଭଳି କରିପାରିବେ ନାହିଁ । ସେଠାରେ ବର୍ତ୍ତମାନ ସାର୍ଟ ଖୋଲି ଗାଧେଇବା ଉପରେ ବି ଜରିମାନା ଭରିବାକୁ ହେବ ।

ଚୀନର ୧୦ଟି ଅଜଣା କଥା

• ଚୀନ ସଂପର୍କରେ ଗୋଟିଏ ପ୍ରସିଦ୍ଧ ଲୋକବାଣୀ ରହିଛି କି,ଏଠାରେ ଚେୟାର ଟେବୁଲ ବ୍ୟତୀତ ବାକି ସମସ୍ତ ୪ ଗୋଡିଆ ପ୍ରାଣୀକୁ ଲୋକେ ଖାଇଯାଆନ୍ତି । ତେବେ ଏହି ଚିତ୍ରକୁ ଦେଖିଲେ ଆପଣଙ୍କୁ ଘୃଣା ଲାଗୁଥିବ ସତ୍ୟ କିନ୍ତୁ ଚୀନରେ ବିଲେଇ ମାଂସରେ ପ୍ରସ୍ତୁତି ଖାଦ୍ୟକୁ ସବୁଠାରୁ ଅଧିକ ପସନ୍ଦ କରିଥାନ୍ତି ସେଠାକାର ଲୋକେ ।

• ଆପଣ ଜାଣିଲେ ଚକିତ ହେବେ କି ଚୀନର ଲୋକେ ପ୍ରତିବର୍ଷ ପାଖାପାଖି ୪୦ ଲକ୍ଷ ବିଲେଇ ମାରି ଖାଇଥାନ୍ତି । ଖାଲି ସେତିକି ନୁହେଁ ସେମାନେ କୁକୁର ମାଂସ ମଧ୍ୟ ଖାଇଥାନ୍ତି ।

• ଏହାଛଡା ସେମାନେ ଅସରପା, ମୂଷା, ଗାଈ,ମଇଁଷି ଓ କୁମ୍ଭୀର ଆଦିର ମାଂସ ମଧ୍ୟ ଖାଇଥାନ୍ତି ଯାହା ସେଠାକାର ବଜାରରେ ଉପଲବ୍ଧ ।

• ଚୀନରେ ଯଦି କୌଣସି ବ୍ୟକ୍ତି ଭୁଲରେ କାହା ସହ ଦୁର୍ଘଟଣା ଘଟାଏ ତେବେ ଦୁର୍ଘଟଣା କରିଥିବା ବ୍ୟକ୍ତିଟି ତାର ପ୍ରାଣପ୍ରଣେ ଚେଷ୍ଟା କରିଥାଏ କି ଉକ୍ତ ବ୍ୟକ୍ତିଟିର କୌଣସି ମତେ ମୃତ୍ୟୁ ହୋଇଯାଉ । କାରଣ ତାଙ୍କ ନିୟମ ରହିଛି, ଯଦି କୌଣସି ବ୍ୟକ୍ତି କାହା ସହ ଆକି୍ସଡେଂଟ୍ କରେ ଏବଂ ସେଥିରେ ଉକ୍ତ ବ୍ୟକ୍ତିଟି ବଂଚିଯାଏ ତେବେ ଆକ୍ସିଡେଂଟ୍ କରିଥିବା ବ୍ୟକ୍ତି ଜଣଙ୍କୁ ଉକ୍ତ ବ୍ୟକ୍ତିକୁ ସାରା ଜୀବନ ପୋଷିବା ସହ ତାର ସମସ୍ତ ଖର୍ଚ୍ଚ ଉଠାଇବାକୁ ପଡିବ । ଯେବେକି ଆକ୍ସିଡେଂଟରେ ଯଦି ବ୍ୟକ୍ତିଟି ମରିଯାଏ ତେବେ ଜରିମାନା ଦେଇ ଉକ୍ତ ବ୍ୟକ୍ତି ଜଣଙ୍କ ବର୍ତ୍ତି ଯାଇ ପାରିବ ।

• ଚୀନରେ ବିଭିନ୍ନ ସୋସିଆଲ ମିଡିଆ ତଥା ଟୁଇଟର, ଫେସବୁକ୍, ୟୁ ଟ୍ୟୁବ୍ ଆଦିରେ ପ୍ରତିବନ୍ଧକ ଲଗାଯାଇଛି । ତଥାପି ସେଠାକାର ଲୋକେ ଅନ୍ୟ ପନ୍ଥା ଆପଣାଇ ଫେସବୁକ ଚଲାଉଛନ୍ତି ।

• ଚୀନରେ ଏକ ୱେବସାଇଟ୍ ରହିଛି ଯେଉଁଠାରେ ଭଡାରେ ଗର୍ଲଫ୍ରେଣ୍ଡ ମିଳିବା ଭଳି ସୁବିଧା ରହିଛି । ଏଥିପାଇଁ ମାତ୍ର ୨୦୦୦ ଟଙ୍କା ପୈଠ କରି କୌଣସି ବ୍ୟକ୍ତି ଗୋଟିଏ ସପ୍ତାହ ପାଇଁ ଗର୍ଲଫ୍ରେଣ୍ଡ ବୁକ୍ କରି ପାରିବେ । ତେବେ ଏହି ବ୍ୟବସ୍ଥାଟି ସେଠାରେ ଖୁବ୍ ଲୋକପ୍ରିୟ ଅଟେ ।

• ଚୀନର ଆର୍ମି ଦୁନିଆର ସବୁଠାରୁ ବଡ ଆର୍ମି ସେନା ଅଟେ । ଚୀନରେ ନୂଆ ସୈନ୍ୟଙ୍କ ଟ୍ରେନିଂ ସମୟରେ ସେମାନଙ୍କ କଲରରେ ପିନ୍ ବା କଂଟା ଲଗାଇ ଦିଆଯାଇଥାଏ । ଏହା ଏଥିପାଇଁ କରାଯାଏ କି , ଏହାଦ୍ୱାରା ସେନାମାନଙ୍କର ଗର୍ଦ୍ଧନ ସବୁବେଳେ ସିଧା ରହିବ ଏବଂ ସେ ଅନୁଶାସିତ ରୁହନ୍ତି ।

• ଚୀନରେ ଏବେବି ଅନେକ ଲୋକ ଗୁମ୍ଫାରେ ବାସ କରନ୍ତି । କାରଣ ଗୁମ୍ଫାରେ ରହୁଥିବା ଲୋକଙ୍କର ଆଧୁନିକ ଦୁନିଆ ସହ କୌଣସି ଲେନଦେନ ନାହିଁ ।