ଘୋଷ ଯାତ୍ରା ପରେ ଏବେ ବାହୁଡା ପାଇଁ ପ୍ରସ୍ତୁତି ! ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ

199

କନକ ବ୍ୟୁରୋ : ଆସନ୍ତା ବାହୁଡା ଯାତ୍ରାକୁ ନଜରରେ ରଖି ରେଳ ମନ୍ତ୍ରଣାଳ ପକ୍ଷରୁ ୧୯୪ଟି ସ୍ୱତନ୍ତ୍ର ଟ୍ରେନ ଚଳାଯିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ଅନୁରୋଧ ପରେ ବାରିପଦା-ପୁରୀ ମଧ୍ୟରେ ଆଉ ଏକ ଟ୍ରେନ ଚଳାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ପିୟୁଷ ଗୋୟଲଙ୍କ ଧନ୍ୟବାଦ ଜଣାଇଛନ୍ତି ।

ବାହୁଡା ପାଇଁ ଚାଲିବାକୁ ଥିବା ଏହି ଟ୍ରେନ ଭଂଜପୁରରୁ ଯାତ୍ରା ଆରମ୍ଭ କରିବାକୁ ଥିବାବେଳେ ବେତନଟୀ, ବାରିପଦା, ରୁପ୍ସା, ବାଲେଶ୍ୱର, ସୋର, ଭଦ୍ରକ, ଯାଜପୁର-କେଉଁଝର ରୋଡ଼, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ଼ରେ ରହିବ। ପୂର୍ବରୁ ରଥଯାତ୍ରା ପାଇଁ ଜୁଲାଇ ୪ ତାରିଖରୁ ଜୁଲାଇ ୧୩ ତାରିଖ ମଧ୍ୟରେ ୧୯୪ଟି ଟ୍ରେନ ଚଳାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପୂର୍ବତଟ ରେଳପଥ ପକ୍ଷରୁ ଏକ ଆପ ର ମଧ୍ୟ ଶୁଭାରମ୍ଭ କରାଯାଇଥିଲା । ସେହିପରି ଯାତ୍ରୀଙ୍କୁ ଯେଭଳି ଅସୁବିଧାର ସମ୍ମୁଖୀନ ନ ହେବାକୁ ପଡିବ ସେଥିପାଇଁ ୬୦ଟି ନୂଆ ରେଲୱେ ଟିକେଟ ବୁକିଂ କାଉଣ୍ଟର ମଧ୍ୟ ଖୋଳାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।