ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା: ପାଣିପାଗ କେନ୍ଦ୍ରର ସୂଚନା; ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

889

କନକ ବ୍ୟୁରୋ: ବିହାରର ପଶ୍ଚିମ ଭାଗ ଏବଂ ଦକ୍ଷିଣ ଛତିଶଗଡ ଉପରେ ଥିବା ଘୂର୍ଣ୍ଣିବଳୟ ସ୍ଥଳଭାଗରେ ଲଘୁଚାପରେ ପରିଣତ ହୋଇଛି । ଏହାସହ ଉତର ପଶ୍ଚିମ ରାଜସ୍ଥାନରୁ ଉତର ପୂର୍ବ ବଙ୍ଗୋପସାଗ ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ସାରା ଓଡିଶାରେ ବର୍ଷା ଜାରି ରହିଛି । ହେଲେ ଏହା ଦକ୍ଷିଣ ମୁହାଁ ଥିବାରୁ ଆସନ୍ତା ଦୁଇ ଦିନ ଓଡିଶାରେ କେଉଁଠି ପ୍ରବଳ ବର୍ଷା ସମ୍ଭାବନା ନାହିଁ । କିନ୍ତୁ ୯ତାରିଖରୁ ଲଘୁଚାପ ଏବଂ ଉତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଉତର ପଶ୍ଚିମ ରାଜସ୍ଥାନରୁ ଉତର ପୂର୍ବ ବଙ୍ଗୋପସାଗ ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ଟ୍ରଫ୍ ଲାଇନ ଯେତେଦିନ ରହିବ ସେତେଦିନ ଓଡିଶାରେ ବର୍ଷା ହେବ । ଏହା ପ୍ରଭାବରେ ଗତ ୨୪ ଘଂଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବା ବେଳେ ଝାରସୁଗୁଡାରେ ସର୍ବାଧିକ ବର୍ଷା ୩୬ମିଲିମିଟର ରେର୍କଡ କରାଯାଇଛି । ସେହିପରି ସମ୍ବଲପୁରରେ ୨୮ ମିଲିମିଟର ଏବଂ ହିରାକୁଦରେ ୨୬ମିଲିମିଟର ବର୍ଷା ରେର୍କଡ ହୋଇଛି । ଆହୁରି ୪୮ଘଂଟା ଯାଏ ସାରା ଓଡିଶାରେ ବର୍ଷା ଜାରି ରହିବ ।