ସେନାକୁ ମିଳିଲା ବଡ଼ ସଫଳତା ! ୩୨ ଘଣ୍ଟାର ଅପରେସନ ଶେଷ, ଏନକାଉଣ୍ଟରରେ ୨ ଲସ୍କର ଆତଙ୍କବାଦୀ ମୃତ!

38

ଶ୍ରୀନଗର ଏନକାଉଣ୍ଟଟର ଅପରେସନରେ ୨ ଆତଙ୍କବାଦୀ ନିହତ । ଜମ୍ମୁ-କଶ୍ମୀର ଶ୍ରୀନଗରରେ ଗତ ୩୨ ଘଂଟା ଧରି ଏନକାଂଉଟର ପରେ ସେନାକୁ ମିଳିଛି ବଡ ସଫଳତା । କରନ୍ ନଗରରେ ଗୁଳି ବିନିମୟରେ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ୨ ଆତଙ୍କବାଦୀ । ଗତକାଲିଠାରୁ ଗୋଟିଏ ନିର୍ମାଣାଧିନ କୋଠା ଘର ଭିତରେ ଲୁଚି ରହିଥିଲେ ଏହି ଆତଙ୍କବାଦୀ । ଜଣେ ଆତଙ୍କବାଦୀର ଶବ ଜବତ କରିଛି ସେନା । ତା’ର ପରିଚୟ ମଧ୍ୟ ଜଣାପଡିଥିବା ସେନା ପକ୍ଷରୁ ସୂଚନା ମିଳିଛି ।

ଗତ କାଲି ସହରର କରନ ନଗଗରରେ ଥିବା ସିଆରିପିଏଫ ହେଡକ୍ୱାର୍ଟର ଉପରେ ଆକ୍ରମଣ ଉଦ୍ୟମ କରିଥିଲେ ଆତଙ୍କବାଦୀ । ଏହା ପରେ ସେନା ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା । ଏଥିରେ ଜଣେ ସିଆରପିଏଫ କନଷ୍ଟେବଳ ସହିଦ ହୋଇଛନ୍ତି । ଗତକାଲି ଭୋର ସମୟରେ ଏହି ଆକ୍ରମଣ ହୋଇଥିଲା । ଆତଙ୍କବାଦୀମାନେ ହେଡକ୍ୱାର୍ଟରରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ସିଆରପିଏଫ ଜବାନ ପାଲଟା ଗୁଳିଚାଳନା କରିବାରୁ ଛତ୍ରଭଙ୍ଗ ଦେଇଥିଲେ । ଏହା ପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଅପରେସନ ଜାରି ରହିଥିଲା ।ଆଉ ଦୀର୍ଘ ୩୨ ଘଣ୍ଟାର ଅପରେସନ ପରେ ସେନା ପାଇଛି ବଡ ସଫଳତା । ଯବାନଙ୍କ ପକ୍ଷରୁ ହୋଇଥିବା ଏହି ଅପରେସନରେ ସେନା ଡ୍ରୋନର ସହାୟତା ନେଇଥିଲେ ।